ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ବିଶାଲଙ୍କୁ ଅଟକ ରଖାଯାଇଛି । ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ଗତକାଲି ବିଳମ୍ବିତ ରାତିରେ ବିଶାଲ ଅଟକ ରଖିଛନ୍ତି । ତେବେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି।

ସେପଟେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ସେଠାରୁ ସୁରକ୍ଷିତ ଅବସ୍ଥାରେ ମୁକୁଲାଇ ଆଣିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ବିଶାଲ।

ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି। ଏକ ଭିଡିଓ ମାଧ୍ୟମରେ ଵିଶାଲ ଦାସ କହିଛି ଏହା ପଛରେ କିଛି ରାଜନୈତିକ ଚାପ ଥାଇପାରେ ବୋଲି କହିଛନ୍ତି ବିଶାଲ। ଏଥିସହ ପୂର୍ବରୁ ମୋ ପରିବାର ସହ ଯାହା ଘଟିଛି, ଝାରସୁଗୁଡ଼ା ପୁଲିସକୁ ଦେଖିଲେ ଏବେ ଡର ଲାଗୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ।

ଅନ୍ୟପଟେ ବିଶାଲ ଅଟକ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା । ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି । ଆଜି କିରୀମିରାରେ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି । ସେମାନେ ଆମକୁ କଲ କରିଥିଲେ । ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ କିନ୍ତୁ ରାତି ୧ଟାରୁ ମୋ ଭାଇକୁ ବି ଅଟକ ରଖିଲେ । ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଲେ ।

Leave a Reply

Your email address will not be published. Required fields are marked *