କେନ୍ଦ୍ରାପଡ଼ାରେ ବାର୍ଡଫ୍ଲୁ ଭୟ । ଚିକେନ ଓ ଅଣ୍ଡା ବିକ୍ରି ଉପରେ ଲାଗିଲା କଟକଣା । ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଏହା ସହ ମାଂସ ଓ ଅଣ୍ଡା ନ ଖାଇବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରୁଛି ପ୍ରଶାସନ ।

ସୂଚନଯୋଗ୍ୟ; କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକିଛି ଦିନ ଧରି କେନ୍ଦ୍ରାପଡ଼ାର ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯିବା ପରେ ପରୀକ୍ଷା ପାଇଁ କୁକୁଡ଼ା ସ୍ବାବ ନମୁନା ପଠାଯାଇଥିଲା । ନମୂନାରୁ ବାର୍ଡଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି ।  ଏହା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ପ୍ରାଣୀ ଚିକିତ୍ସା ବିଭାଗର ୧୩ଟି ଟିମ ଦ୍ବାରା ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମରାଯାଉଛି । ଏହା ପରେ ସବୁ କୁକୁଡ଼ା ଫାର୍ମ ଓ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯିବ।

ଏହା ସହ ପ୍ରତିଦିନ ଶହ ଶହ ସଂଖ୍ୟାରେ ମାରୁଥିବା କୁକୁଡାକୁ କେତେକ ସ୍ଥାନରେ ଶସ୍ତା ଦରରେ ଲୋକଙ୍କୁ ବେପାରୀ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର ସଂକ୍ରମିତ କୁକୁଡ଼ା ମରିବା ଫଳରେ ପୂରା ଅଞ୍ଚଳକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ସେଥିପାଇଁ ଚିକେନ ଓ ଅଣ୍ଡା ବିକ୍ରି ଉପରେ ଲାଗିଲା କଟକଣା ଜାରି କରିଛି ପ୍ରଶାସନ ।

Leave a Reply

Your email address will not be published. Required fields are marked *