ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ଼ ଫ୍ଲୁ । ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଯାଉଛି । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ । ଏହା ପରେ ପ୍ରାଣୀ ସମ୍ପଦ ପକ୍ଷରୁ ଫାର୍ମରୁ ଯାଇଥିବା ଶ୍ୱାସନାଲି, ମଳଦ୍ୱାର ଓ ମୃତ ନମୁନା ପକ୍ଷୀର ପରେୱାର୍ଡ ଫ୍ଲୁ ପୋସିଟିଭ ଚି଼ହ୍ନଟ ହୋଇଛି । ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମୁଣ୍ଡାଆମ୍ବରେ ପ୍ରାୟ ସାଢ଼େ ୪ ହଜାର କୁକୁଡ଼ାଙ୍କୁ ମରାଯାଇଛି । ଏ ନେଇ ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁୃ ସମ୍ପୃକ୍ତ କୁକୁଡ଼ା ଫାର୍ମରେ ଥିବା ୪ ହଜାର ୫୦୭ ଟି କୁକୁଡ଼ା ୮ଟି RRT ଦ୍ୱାରା ମରାଯାଇ ପୋତି ଦିଆଯାଇଛି । ଏହାସହ ୨ଟି RRT ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ହେଇଛନ୍ତି । କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍ ରେସ୍ପନ୍ସ ଟିମ୍ ଆସିଛନ୍ତି । ପ୍ରତି ଟିମ୍ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ସହ ସହାୟକ ଅଛନ୍ତି । Post navigation ରେକର୍ଡ ସୃଷ୍ଟି କଲେ ମୋଦୀ; ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ ଅନିଶ୍ଚିତତାରେ ଓଡ଼ିଶା ମେଟ୍ରୋ ପ୍ରକଳ୍ପ; କେନ୍ଦ୍ରକୁ ଯାଇନି ପ୍ରସ୍ତାବ