ସବୁ ରାଜସ୍ବ ଅଫିସ୍ରେ ଲାଗିବ ବାୟୋମେଟ୍ରିକ୍ । କର୍ମଚାରୀଙ୍କ ଉପସ୍ଥାନ ପାଇଁ ସବୁ ରାଜସ୍ବ ଅଫିସ୍ରେ ଲାଗିବ ବାୟୋମେଟ୍ରିକ୍। ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି । ଅଧିକାଂଶ ଷ୍ଟାଫ୍ ଓ ଅଫିସରମାନେ ବିଳମ୍ବରେ ଆସୁଥିବାରୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ପ୍ରତ୍ୟେକ କର୍ମଚାରୀ ତାଙ୍କର ଅଫିସ ଇନ ଏବଂ ଅଫିସ ଆଉଟ ବାୟୋମେଟ୍ରିକ୍ ଆଟେଣ୍ଡେନ୍ସ ରେକର୍ଡିଂ ଡିଭାଇସରେ ରେକର୍ଡ କରିବେ । ଯାହା ଦ୍ୱାରା କର୍ମଚାରୀମାନେ କେତେବେଳେ ଆସୁଛନ୍ତି, କେତେବେଳେ ଯାଉଛନ୍ତି ଏବଂ ମାସରେ କେତେ ଦିନ ଅପସ୍ଥିତ ଓ ଅନୁପସ୍ଥିତ ରହୁଛନ୍ତି ତାହା ସବୁ ରେକର୍ଡ ହୋଇପାରିବ । ସୂଚନା ଯୋଗ୍ୟ; ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ କାର୍ଯ୍ୟାଳୟକୁ ଜୁଲାଇ ୨୭ ତାରିଖରେ ଅଚାନକ ଗସ୍ତ ସମୟରେ କାର୍ଯ୍ୟାଳୟରେ ବହୁ ସଂଖ୍ୟକ ଅଧିକାରୀ/କର୍ମଚାରୀ ବିଳମ୍ବିତ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିଥିଲେ । କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତି ଦେଖିବା ପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଯାହା ପରେ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ମାନ୍ୟବର ମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ସ୍ଥାପନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation ପୁଣି ଶ୍ରୀମନ୍ଦିରରେ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ