ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ହେରିଟେଜ୍ ହ୍ରଦ । ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ ୨୦୨୬-୨୭ ଶେଷ ସୁଦ୍ଧା ଏକାମ୍ର ହେରିଟେଜ ପ୍ରକଳ୍ପ ସରିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ବିନ୍ଦୁ ସାଗରକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ । ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ କାମ ଶେଷ ହେବ । ସେଥିରେ ନୂଆ ପ୍ରକଳ୍ପ ଯୋଡ଼ା ଯାଇଛି । ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି । ଯାହା ପାର୍କିଂ ସେଣ୍ଟରର ଶେଷ ଭାଗରେ ହେବ। ସେଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ଆଇନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଦ୍ୱିତୀୟରେ ବିନ୍ଦୁ ସାଗର ପୁଷ୍କରିଣୀର ପାରିପାର୍ଶ୍ୱିକର ଉନ୍ନତି କରଣ । ବିନ୍ଦୁସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ । ଯେଉଁ ପୁରୁଣା ଏଜେନ୍ସି କାମ ନ କରିବାରୁ ନୂଆ ଏଜେନ୍ସି କାମ କରିବ । ୨ଟି ନୂଆ ପ୍ରକଳ୍ପ ମିଶିଛି ସେଥିପାଇଁ ବଜେଟ ଆହୁରି ବଢିବ । ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି । Post navigation School Holiday For Water: ପାଣି ନଥିବାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛୁଟି; ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ