ବିଜୁ ମହିଳା ଜନତା ଦଳ (BMJD) ରାଜ୍ୟ କମିଟି ପଦାଧିକାରୀଙ୍କ ନାମ ଘୋଷଣା । ୧୫୮ ଜଣଙ୍କୁ ଦିଆଗଲା ଉପସଭାନେତ୍ରୀ, ସାଧାରଣ ସମ୍ପାଦିକା ଓ ସମ୍ପାଦିକା ଦାୟିତ୍ୱ । ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।ବିଭିନ୍ନ ଜିଲ୍ଲାରେ ୬୪ ଜଣ ମହିଳାଙ୍କୁ ଉପସଭାପତି ଭାବେ ନିଯୁକ୍ତି ମିଳିଛି । ସେହିପରି ୫୧ ଜଣ ମହିଳା କର୍ମକର୍ତ୍ତା ସାଧାରଣ ସମ୍ପାଦକଭାବେ ନିଯୁକ୍ତି ପାଇଥିବା ବେଳେ ୪୩ ଜଣଙ୍କୁ ସମ୍ପାଦିକା ଦାୟିତ୍ୱ ମିଳିଛି ।

ପୁନର୍ଗଠନର ଏକ ଅଂଶ ଭାବରେ, ଦଳ ଶାଖାର କାର୍ଯ୍ୟକୁ ଆହୁରି ସୁଗମ କରିବା ପାଇଁ ଅନେକ ମହିଳା ନେତ୍ରୀଙ୍କୁ ରାଜ୍ୟ ପଦାଧିକାରୀ ଭାବରେ ନିଯୁକ୍ତ କରିଛି।

ସେହିପରି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ଜିଲ୍ଲା ଓ ଜୋନ୍ ସ୍ତରୀୟ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ଜିଲ୍ଲା ସ୍ତରରେ ୩୩ ଜଣଙ୍କ ନାମ ରହିଛି । ଭଦ୍ରକ, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ ଏବଂ ପୁରୀରେ ଜଣେ ସଭାନେତ୍ରୀ ଏବଂ ଜଣେ ଲେଖାଏଁ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ କେବଳ ସଭାନେତ୍ରୀ ରହିଛନ୍ତି ।

ସେହିପରି ୭ଟି ଜୋନରେ ୧୩ ଜଣଙ୍କୁ ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ମିଳିଛି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜୋନ ପାଇଁ ପୁଷ୍ପାଞ୍ଜଳି ରଣା ଜୋନାଲ୍ ସଭାପତି ଏବଂ ରଞ୍ଜୁଲତା ରାୟ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । କଟକ, କଟକ ସହର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜୋନର ସଭାପତି ହୋଇଥିବାବେଳେ ସ୍ୱର୍ଣ୍ଣଲତା ସାମଲ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି । ପ୍ରୀତିନନ୍ଦା କାନୁନଗୋ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ (୧,୨) ଜୋନର ସଭାନେତ୍ରୀ ଦାୟିତ୍ୱ ସମ୍ଭାଳିବେ । ତାଙ୍କ ସହିତ ଉମିଲତା ଦାସ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼ ଓ ବରଗଡ଼ ଅର୍ଥାତ୍ ପଶ୍ଚିମାଞ୍ଚଳ ଜୋନର ସଭାନେତ୍ରୀ ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ନିଲ୍ କୁମାରୀ ନାୟକ ହୋଇଛନ୍ତି । ପଶ୍ଚିମ ଓଡ଼ିଶା ଅନ୍ୟ ଜିଲ୍ଲା ଯଥା ବଲାଙ୍ଗୀର, ସୋନପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜୋନ୍ ପାଇଁ ଲଳିତା ନାୟକ ସଭାନେତ୍ରୀ ଏବଂ ଦମୟନ୍ତ୍ରୀ ବାଗ୍ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି । ମମତା ବିଷୋୟୀଙ୍କୁ ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜୋନ୍ ସଭାନେତ୍ରୀ ଦାୟିତ୍ୱ ମିଳିଛି । ସେହିପରି ନବିନା ନାୟକ ଏବଂ ଲତା ରାୟ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଜୋନର ଯଥାକ୍ରମେ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *