ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲରେ କରାଯାଇଥିବା ପୂର୍ବାନୁମାନଠୁ ଢେର ଅଧିକ ସିଟ୍ ଏନଡିଏ ଜିତୁଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଗତ ପ୍ରଦର୍ଶନଠୁ ଆହୁରି ନିରାଶଜନକ ପ୍ରଦର୍ଶନ କରିଛି ମହାମେଣ୍ଟ । ବିହାରରେ ମ୍ୟାଜିକ୍‌ ନମ୍ବରରୁ ବହୁ ଆଗରେ ଏନଡିଏ । ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଏକ ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ପରି ମନେ ହେଉଛି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ରମାଗତ ପଞ୍ଚମ ଥର ପାଇଁ ପ୍ରସ୍ତୁତ ଥିବା ପରି ମନେ ହେଉଛି, କାରଣ ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ମେଣ୍ଟ ରାଜ୍ୟର ୨୪୩ ଆସନ ମଧ୍ୟରୁ ୧୯୦ ଟି ଆସନ ପାଇଛି। ମାତ୍ର ୪୯ ଆସନରେ ସୀମିତ ରହିଛି ମହାଗଠବନ୍ଧନ ।

ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ବାଲାଟ ପେପର ଗଣତି ହୋଇଥିଲା ଏବଂ ସାଢେ ୮ଟାରୁ ଇଭିଏମ ପେଡି ଖୋଲିଥିଲା । ଆରମ୍ଭରୁ ହିଁ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଆଗୁଆ ରହିଥିଲା । ସମୟ ଗଡିବା ସହ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଲା ।

ପୂର୍ବାହ୍ଣ ସାଢେ ୧୨ଟା ସୁଦ୍ଧା ଏନଡିଏ ଅବିଶ୍ୱସନୀୟ ଭାବେ ୧୯୦ ସିଟରେ ଆଗୁଆ ରହିଛି, ଯାହା ସମସ୍ତ ଆକଳନକୁ ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଛି । ମହାମେଣ୍ଟ ମାତ୍ର ୪୯ ସିଟରେ ଆଗୁଆ ରହିଛି । ଏହା ସ୍ପଷ୍ଟ ହୋଇଛି ଯେ, ବିହାରରେ ମୋଦୀ ଓ ନୀତିଶଙ୍କ ମ୍ୟାଜିକ କେବଳ କାମ କରିନି ବରଂ ସୁନାମୀ ସୃଷ୍ଟି କରିଛି । ଏହି ଯୋଡି ଆଗରେ ସଂପୂର୍ଣ୍ଣ ବିରୋଧୀ ଧରାଶାୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *