ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ୍ ବି ଡିଭିଜନ୍ର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ୍ ବି ଡିଭିଜନ୍ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ।ଏକକାଳୀନ ଭୁବନେଶ୍ୱର ଓ ନୟାଗଡ଼ ସମେତ ୧୦ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି । ଭୁବନେଶ୍ବର ସରକାରୀ କାର୍ଯ୍ୟାଳୟ, ନୀଳାଦ୍ରିବିହାରରେ ଥିବା ୩ ମହଲା କୋଠା ଓ ପଟିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି । ସେହିପରି ପୈତୃକ ଘର ନୟାଗଡ ଜଗନ୍ନାଥପ୍ରସାଦ ଓ ଶବାଜି ନଗରରେ ରେଡ୍ କରୁଛି ତଦନ୍ତକାରୀ ଟିମ୍ । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସ୍ପି, ୫ ଜଣ ଇନସ୍ପେକ୍ଟର୍, ଜଣେ ଏସ୍ଆଇ ଓ ୧୧ ଏଏସ୍ଆଇ ସାମିଲ ହୋଇଛନ୍ତି । Post navigation ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା: ୧୮ କାଉଡ଼ିଆ ମୃତ ଏମ୍ସରେରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା: ନର୍ସିଂ ଅଫିସର୍ ଗିରଫ