ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ୬ ଲେନ ହେବ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ କରାଯିବ। ୬ ଲେନ ରାସ୍ତା ସହ ଉଭୟ ପାର୍ଶ୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସମ୍ପର୍କିତ ପ୍ରସ୍ତାବ ମଞ୍ଜୁର ହୋଇଥିବା ନେଇ ରାଜ୍ୟ ସରକାର ଜଣାଇଛନ୍ତି। ଏ ନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏନଏଚଏଆଇ ଆଞ୍ଚଳିକ ଅଫିସକୁ ଚିଠି ପଠାଯାଇଛି। ଏ ସଂପର୍କରେ ଡିପିଆର ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

By Nirvay

Leave a Reply

Your email address will not be published. Required fields are marked *