ରାଜଧାନୀ ପାତ୍ରପଡା V2 ନିକଟରେ ହିଟ୍ ଆଣ୍ଡ ରନ୍ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମହିଳାଙ୍କ ମୃତ୍ୟୁ ହୋଇଛି । ରାକ୍ଷୀ ପୁର୍ଣ୍ଣିମାରେ ଝିଅର ମୃତ୍ୟୁ ଘଟିଥିଲା ବେଳେ ଆଜି ମା ମୃତ ହୋଇଛି । ଗତ ଶନିବାର ପାତ୍ରପଡାରେ କୁନି ଝିଅ ସମେତ ତାଙ୍କ ମା ଓ ଭାଇକୁ ଧକ୍କା ଧକ୍କା ଦେଇଥିଲା ଏକ ଥର୍ ଗାଡି । ଘଟଣା ସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ଆଜି ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାଆର ମୃତ୍ୟୁ ହୋଇଛି  । ପୁଅ ଏବେ ବି ଏମ୍ସରେ ଚିକିତ୍ସାଧୀନ ଅଛନ୍ତି  ।

ଅନ୍ୟପଟେ CCTV ଆଧାରରେ ଜଟଣୀ ଅଂଚଳରୁ ଖଣ୍ଡଗିରି ଥାନା ପୁଲିସ୍ ‘ଥାର୍‌’ ଗାଡିକୁ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ି ଡ୍ରାଇଭରଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଥାର୍ ଗାଡି ସହ ରେସିଂ କରୁଥିବା ସ୍କର୍ପିଓକୁ ଧରିବା ପାଇଁ ମଧ୍ୟ ଛାନବିନ ଜାରି ରହିଛି ।

ସୂଚନା ଯୋଗ୍ୟ; ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ମାଆ, ଝିଅ ଓ ପୁଅ ରାସ୍ତା ପାରି ହେଉଥିଲେ ଏତିକି ବେଳେ ଏକ ଥର୍ ଓ ଏକ ସ୍କର୍ପିଓ ରେସିଂ କରୁଥିବା ବେଳେ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ବେଳେ ଆଜି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *