ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ ନୂଆ ସହର ହେବ । ନୂଆ ମଡେଲରେ ହେବ ସହର । ଏନେଇ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଭୁବନେଶ୍ବରରେ ନୂଆ ମଡେଲର ସହର ତିଆରି ହେବ । ଆଗକୁ ଭୁବନେଶ୍ୱର ଭଳି ଅନ୍ୟ କର୍ପୋରେସନରେ ମଧ୍ୟ ଏଭଳି ଯୋଜନା ପାଇଁ ଚେଷ୍ଟା କରାଯିବ । ଅଧିକରୁ ଅଧିକ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଯୋଜନା ରହିଛି । ସହର ବଢ଼ାଇବାକୁ ଚେଷ୍ଟା କରାଯାଉଛି । ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ରିଙ୍ଗରୋଡ ସହ ରାସ୍ତାର ପ୍ରଶସ୍ତୀକରଣ କରାଯିବାକୁ ଯୋଜନା ରହିଛି ।

ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଭୁବନେଶ୍ୱର, କଟକ ଏବଂ ପୁରୀକୁ ନେଇ ଏକ ଟ୍ରାଇ-ସିଟି ବିକାଶ କରିବାର କଳ୍ପନା ମଧ୍ୟ କରିଛନ୍ତି। ଏହା ବ୍ୟତୀତ କଟକରେ ମହାନଦୀ ନଦୀକୂଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପର୍ଯ୍ୟନ୍ତ, ବର୍ତ୍ତମାନ ଏକକାଳୀନ ଅନେକ ଯୋଜନା ଚାଲିଛି।

Leave a Reply

Your email address will not be published. Required fields are marked *