ସାଧାରଣ ଦିବସ ଉପଲକ୍ଷେ ଯାତ୍ରୀଙ୍କ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ହାତରେ ଯଥେଷ୍ଟ ସମୟ ରଖି ବିମାନ ବନ୍ଦର ଆସନ୍ତୁ ଯାତ୍ରୀ । ଚେକ୍ ଇନ ପ୍ରକ୍ରିୟା ପାଇଁ ହାତରେ ଯଥେଷ୍ଟ ସମୟ ରଖନ୍ତୁ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି। ଆଗୁଆ ପହଞ୍ଚିବା ସହ ଚେକ୍-ଇନ୍ରେ ସମୟ ଦେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯିବା ସହ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନା ଯୋଗ୍ୟ; ଜାନୁଆରୀ ୨୬ ତାରିଖ ସୋମବାର ଦିନ ସରକାରୀ ଛୁଟି ଥିବାରୁ, ସପ୍ତାହାନ୍ତ ପରେ, ଅନେକ ଯାତ୍ରୀ ନିଜ ସହରକୁ ଯାତ୍ରା ଯୋଜନା କରୁଛନ୍ତି, ଯାହା ଫଳରେ ଟିକେଟ ବୁକିଂ ଏବଂ ବିମାନବନ୍ଦରରେ ପାଦ ଦେବାର ସଂଖ୍ୟା ବୃଦ୍ଧି ପାଇଛି। ଆଗକୁ ତିନି ଦିନିଆ ସାପ୍ତାହିକ ଛୁଟି ପଡୁଛି । ଶନିବାର, ରବିବାର ଏବଂ ସୋମବାର ଲମ୍ବା ଛୁଟି ରହୁଛି । ତେଣୁ ଏହି ସମୟରେ ବିମାନ ବନ୍ଦରରେ ଯାତ୍ରୀଙ୍କ ଭିଡ଼ ମଧ୍ୟ ରହିବ । ତେଣୁ ବିମାନବନ୍ଦରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗୁଆ ପହଁଚି ଚେକ୍-ଇନ୍ ପାଇଁ ପର୍ଯ୍ୟାପ୍ତ ସମୟ ଦେବା ସହିତ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି । Post navigation Revenue Inspector in Vigilance Trap: ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର