ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥିରେ ଭୁବନେଶ୍ବର ଏମ୍ସ ପରିସରରେ ଥିବା ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଏମ୍ସ ପାଇଁ ନୂଆ ଯୋଜନା ଅଣାଯିବ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ । ସେ କହିଛନ୍ତି, ଏମ୍ସରେ କ୍ୟାନସର ସମେତ ୪ଟି ବିଭାଗରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ ହେବ। ସେ ଆଉ ମଧ୍ୟ କହିଛନ୍ତି ବିଏମ୍ସି ଅଧିନକୁ ଆସିବ ଭୁବନେଶ୍ବର ଏମ୍ସ । ବିଏମ୍ସି ଅଧିନକୁ ଆସିଲେ ଏମ୍ସ ଭିତରେ ଥିବା କ୍ଲିନିଙ୍ଗିଂ,ସୁଇପିଂ,ମେଡ଼ିକାଲ ବର୍ଜ୍ୟବସ୍ତୁ ପରିଚାଳନା, ସୋନ୍ଦର୍ଯ୍ୟକରଣ, ପାର୍କିଂ, ଲାଇଟ୍ ଲଗାଇବା ଦିଗରେ କାମ କରିବ ବିଏମ୍ସି । ଏହାଦ୍ବାରା ଏମ୍ସକୁ ଆସୁଥିବା ରୋଗୀମାନେ ଉତ୍ତମ ସେବା ପାଇପାରିବେ । Post navigation ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ୧୦ ବର୍ଷ ପରେ ହେବ ନିର୍ବାଚନ ଆର୍ଥ ଅବଜରଭେସନ୍ ସାଟେଲାଇଟ-୮ର ସଫଳ ଉତକ୍ଷେପଣ; ପୃଥିବୀ ଚାରିପଟେ ଘୁରି ପରିବେଶ ଉପରେ ରଖିବ ନଜର