ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ଅଭିଭାବକମାନେ ସାବଧାନ ରୁହନ୍ତୁ। ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ। କାରଣ, ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି। ଏଥିସହ ପଞ୍ଜିକରଣ ମଧ୍ୟ ରଦ୍ଦ କରାଯିବ । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ଏଫଆଇଆର ଲାଗୁ ହେବ ବୋଲି ରାଜ୍ୟ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି ।

Leave a Reply

Your email address will not be published. Required fields are marked *