ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମ ଡି ଫିରୋଜ ଖାଁ ସ୍କୁଲ ଡ୍ରେସ ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ ଧରାପଡି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ନହୁଣି ଗାଁ ର ବାବା ଦଧିବାବନ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀର ମହିଳା ମାନେ ପାଞ୍ଚଟି ସ୍କୁଲକୁ ଏକ ଲକ୍ଷ ୯୩ ହଜାର ଟଙ୍କାର ୟୁନିଫର୍ମ ଯୋଗାଇଥିଲା । ଏହି ଡ୍ରେସ ବିଲ୍ କରିବା ଲାଗି ଫିରୋଜ ଖାଁ ଆଗରୁ ୫ ହଜାର ଟଙ୍କା ନେଇଥିଲେ । ବକେୟା ବିଲ ପାସ କରିବାକୁ ଏସଏଚଜି ଠାରୁ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଫିରୋଜ ଖାନ । ଅଭିଯୋଗ ପରେ ତେବେ ସୋମବାର ବିଲ୍ କରାଇଦେବାକୁ ପୁଣି ବି ଇ ଓ କାର୍ଯ୍ୟାଳୟ ର ଆକାଉଣ୍ଟାଣ୍ଟ ଏମ ଡି ଫିରୋଜ ଖାଁ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । Post navigation ବ୍ରାଉନସୁଗାର ହବ୍ ପାଲଟିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରମାକାନ୍ତ ରଥଙ୍କ ହେଲା ଶେଷକୃତ୍ୟ