ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଲିଓନେସ୍ ମେସୀଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ମାମଲାରେ ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ ଇଭେଣ୍ଟ ସମୟରେ ହୋଇଥିବା ବିଶୃଙ୍ଖଳିତ ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ଅରୂପ ବିଶ୍ୱାସ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇ ଦେଇଛନ୍ତି । ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ବିଧାନନଗର ପୋଲିସ କମିଶନରଙ୍କୁ ମଧ୍ୟ ସୋ କଜ୍‌ । ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନନଗର ଡିସିପି ସସ୍‌ପେଣ୍ଡ୍‌, ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଯୋଗ୍ୟ; କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ପାଇଁ କରାଯାଇଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ମେସି ମାତ୍ର ୧୦ ମିନିଟ୍ ଷ୍ଟାଡିୟମରେ ରହି ଚାଲି ଯାଇଥିଲେ । ସେପଟେ ହଜାର ହଜାର ଟଙ୍କା ଦେଇ ଟିକେଟ୍ କିଣିଥିବା ମେସିଙ୍କ ପ୍ରଶଂସକ ଷ୍ଟାଡିୟମ ଭିତରେ ଚେୟାର, ପାଣି ବୋତଲ ଫିଙ୍ଗିବା ସହିତ ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଥିଲେ ।

ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଛି । ଏହି ଦଳରେ ଚାରି ଜଣ ଆଇପିଏସ୍ ଅଧିକାରୀ ପୀୟୁଷ ପାଣ୍ଡେ, ଜାଭେଦ ଶମିମ, ମୁରଲୀଧର ଏବଂ ସୁପ୍ରତିମ ସରକାର ଅଛନ୍ତି।

Leave a Reply

Your email address will not be published. Required fields are marked *