ଆଜି ଶଙ୍ଖ ଭବନରେ ବିଜୁ ଛାତ୍ରଜନତା ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ବିଜୁଛାତ୍ର ଜନତା ଦଳର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଆମର ଆଦର୍ଶ ହେଉଛି ସେବା, ସ୍ବାଭିମାନ, ସଂଗ୍ରାମ ଓ ସଚେତନତା କରିବା । ଗଣତନ୍ତ୍ରରେ ହାର୍‌ ଜିତ୍‌ ଅଛି । ଗତ ନିର୍ବାଚନରେ ବିଜେଡି ୪୧.୦୨ ପ୍ରତିଶତ ଭୋଟ ପାଇଥିଲା । ଭୋଟ ପ୍ରତିଶତ ହିସାବରେ ଆମେ ସବୁଠୁ ଆଗରେ ରହିଛୁ ।

ଏହା ସହ ଆଉ ମଧ୍ୟ ନବୀନ କହିଛନ୍ତି ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣିତ ହୋଇଛି । ଲୋକଙ୍କ ଭଲ ପାଇବା ହିଁ ଆମ ବଳ । ଗତ ୨୪ ବର୍ଷରେ ଓଡ଼ିଶା ଶିକ୍ଷାର ହବ୍‌ ପାଲଟିଛି ।

Leave a Reply

Your email address will not be published. Required fields are marked *