ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ ବିସିସିଆଇ ।ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମିଳିବ ସମ୍ମାନ । ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ। ଆଇପିଏଲ ୨୦୨୫ର ଉଦଯାପନୀ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଆଇପିଏଲ ଫଇନାଲ ମ୍ୟାଚ୍ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳିବାକୁ ଥିବା ବେଳେ ଏହାପୂର୍ବରୁ ବିଶେଷ ଆୟୋଜନରେ ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ  ।

ଆଇପିଏଲ ଫାଇନାଲ ପୂର୍ବରୁ ସଶସ୍ତ୍ର ବାହିନୀର ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଦେଶର ବୀରମାନଙ୍କ ସମାପନୀ ଉତ୍ସବକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ  ।

Leave a Reply

Your email address will not be published. Required fields are marked *