ବନ୍ଦ ହେଲା ଆଇପିଏଲ ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆଇପିଏଲକୁ ସ୍ଥଗିତ ରଖାଯାଇଛି । ମେ ୯ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)କୁ ସ୍ଥଗିତ ରଖାଯାଇଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ବୈଠକ ପରେ ଏହି ବଡ ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି । ସୂଚନା ଯୋଗ୍ୟ; ଜମ୍ମୁ ଓ ପଠାନକୋଟରେ ଆକ୍ରମଣ ଚେତାବନୀ ପରେ ଗୁରୁବାର ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ ବାତିଲ କରାଯାଇଥିଲା । ଏହା ପରେ ଆଜି ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । Post navigation ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୈଠକ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି; ଗଣମାଧ୍ୟମର ସିଧା ପ୍ରସାରଣ ଉପରେ ଲାଗିଲା କଟକଣା