ଭଦ୍ରକ ସ୍ଥିତ ବରପଦା ଇଂଜିନିୟରିଂ କଲେଜ ଚଞ୍ଚକତା ମାମଲାକୁ ନେଇ ଆଜି କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଘଟିଥିବା ଦୁର୍ନୀତିର ସୂଚନା ଦେଇଥିଲେ।

ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, ବିଜେପି ଦଳ ଏକ ବଡ଼ ୱାସିଙ୍ଗ ମେସିନ ବୋଲି ପୁଣି ଥରେ ନିଜକୁ ପ୍ରମାଣିତ କରିଛି। ଯାହା ବିରୁଦ୍ଧରେ ଦୁର୍ନୀତି ପାଇଁ ଇଡି ଅନୁସନ୍ଧାନ କରୁଛି ସେମାନଙ୍କୁ ବିଜେପିରେ ଦଳ ସାମିଲ କରୁଛି। ଏଥିରୁ ପ୍ରମାଣିତ ହେଉଛି ଯେ, ମୋଦୀ ଏବଂ ଶାହାଙ୍କ ଯୋଡି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ମାଧ୍ଯମରେ ରାଜନୈତିକ ନେତାଙ୍କୁ ଭୟଭୀତ କରି ନିଜ ଦଳରେ ସାମିଲ କରୁଛନ୍ତି। ଯେମିତି ଅପର ଦଳ ଗୁଡାକ ଦୁର୍ବଳ ହେବ। ପୁଣି ଦୁର୍ନୀତି ଅଭିଯୋଗ ଥିବା ନେତା ବିଜେପିରେ ସାମିଲ ହେଲେ ସେମାନେ ଦୁର୍ନୀତିମୁକ୍ତ ଏବଂ କଳଙ୍କମୁକ୍ତ ହୋଇ ଯାଉଛନ୍ତି। ଭଦ୍ରକ ଇଂଜିନିୟରିଂ କଲେଜ ଦୁର୍ନୀତି ଏବଂ ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ବିଜେପିର ଏକ ରଣନୀତି ବ୍ୟତୀତ ଅନ୍ୟ କିଛି ନୁହେଁ ।

ଭଦ୍ରକ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ ବରପଦା ଇଞ୍ଜିନିୟରିଂ କଲେଜର କେଳେଙ୍କାରୀର ସମସ୍ତ ଚିଠା ତଥ୍ୟ ପ୍ରମାଣ ଦେଇ କହିଛନ୍ତି, ୧୯୫୬ ମସିହାରେ ଡ. ହରେକୃଷ୍ଣ ମହାତାବଙ୍କ ପରାମର୍ଶକ୍ରମେ ଭଦ୍ରକର ଶିକ୍ଷାବିତ୍ ନରେନ୍ଦ୍ର ଦାଶ ଏବଂ ବରପଦା ଅଞ୍ଚଳରେ ସାଧାରଣ ଜନତାଙ୍କ ଦାନଜମି ଉପରେ ସରକାରୀ ଇଞ୍ଜିନିୟରିଂ ସ୍କୁଲ ପ୍ରତିଷ୍ଠା ହୋଇଥିଲା । ୧୯୬୭ ମସିହାରେ ଏହା ବନ୍ଦ ହୋଇଯାଇଥିଲା। ସେହି ବନ୍ଦ ହୋଇଯାଇଥିବା ସରକାରୀ ଇଞ୍ଜିନିୟରିଂ ସ୍କୁଲର କୋଠାବାଡ଼ି ଓ ଜମି ଉପରେ ୧୯୮୨ ମସିହାରେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଯୁଗଳ କିଶୋର ପଟ୍ଟନାୟକଙ୍କ ଉଦ୍ୟମରେ ବରପଦା ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବେଷ୍ଟ) ନାମରେ ଏକ ଇଞ୍ଜିନିୟରିଂ ସ୍କୁଲ ଅଣ ରେଜିଷ୍ଟ୍ରି ଭୁକ୍ତ ପରିଚାଳନା କମିଟି ଉଦ୍ୟମରେ ପ୍ରତିଷ୍ଠିତ ହେଲା ଓ ୧୯୮୩ ମସିହାରେ ଏହା ସରକାରୀ ସ୍ୱୀକୃତି ପାଇଲା । ୧୯୯୦ ମସିହାରେ ଜନତା ଦଳ ସରକାର କ୍ଷମତାକୁ ଆସିଲା ପରେ ପ୍ରଫୁଲ୍ଲ ସାମଲ ବେଷ୍ଟ ପରିଚାଳନା କମିଟିକୁ ଇସ୍ତଫା ଦେବାକୁ ବାଧ୍ୟ କଲେ ନିଜେ ପରିଚାଳନା କମିଟି ଗଠନ କରି ଏହାର ମୁଖ୍ୟ ରହିଲେ ଓ ୧୯୯୨-୯୩ ମସିହାରେ ସେହି ସ୍କୁଲ ବେଷ୍ଟ ସୋସାଇଟି ନାମରେ ଏକ ପରିଚାଳନା କମିଟି ଗଠନ କରି ସରକାରୀ ରେଜିଷ୍ଟ୍ରି ଭୂକ୍ତ କଲେ । ୧୯୯୫ ମସିହାରେ କଂଗ୍ରେସ ସରକାରକୁ ଆସିଲା ପରେ ମନ୍ତ୍ରୀ ଜଗନ୍ନାଥ ରାଉତ ସୈହ ବେଷ୍ଟ ପରିଚାଳନା କମିଟିର ସଭାପତି ରହିଲେ। ଡିଗ୍ରୀ, ଏମବିଏ, ଏମସିଏ, ଆଇଟିଆଇ ଖୋଲାଗଲା।

୨୦୦୦ ମସିହାରେ ବିଜେଡ଼ି ସରକାର କ୍ଷମତାକୁ ଆସିଲା ପରେ ପ୍ରଫୁଲ୍ଲ ସାମଲ ପୁଣି ରାଜନୈତିକ କୌଶଳ ପ୍ରୟୋଗ କରି ପରିଚାଳନା କମିଟି ନିଜ ହାତକୁ ନେଲେ । ପୁରୁଣା ବାଏ-ଏ ଅନୁସାରେ ସ୍ଥାନୀୟ ବିଧାୟକ ସଭାପତି ରହିବାର ନିୟମ ଥିଲେ ମଧ୍ୟ ୨୦୦୭ ମସିହାରେ ପ୍ରଫୁଲ୍ଲ ବାବୁ ବିଧାୟକ ନଥାଇ ବାଏ-ଲ’କୁ ଆମୂଳଚୁଳ ପରିବର୍ତ୍ତନ କରି ବ୍ୟଭିକେନ୍ଦ୍ରିକ କରିଦେଲେ । ଏହାପରେ ତାଙ୍କ ପୁଅ, ବନ୍ଧୁବାନ୍ଧବ, ଚାକର ବାକରଙ୍କୁ ସୋସାଇଟ ପରିଚାଳନା କମିଟିର ସଭ୍ୟ କରି ୨୦୦୯ ମସିହାରେ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କୁ ପରିଚାଳନା କମିଟିର ସଭାପତି କରି ତାଙ୍କ ହାତରେ ସମସ୍ତ କ୍ଷମତା ପ୍ରଦାନ କଲେ । ବର୍ଷକୁ ୨୦ରୁ ୨୨ କୋଟି ରୋଜଗାର ଥୁଲାବେଳେ ଅନୁଷ୍ଠାନର ଖଚ୍‌ର୍ଚ ବର୍ଷକୁ ମାତ୍ର ୮ କୋଟି ଟଙ୍କା ଥିଲା ଓ ଅନ୍ୟ ସମସ୍ତ ଟଙ୍କା ଚଳୁ କରିଦେଇଥିଲେ। ପ୍ରଫୁଲ୍ଲ ବାବୁ ଲିଆସନ ଅଫିସ ଆଳରେ ସମସ୍ତ ଖର୍ଚ୍ଚ ଉଠାଉଥିଲେ । ତାଙ୍କ ପରିବାରର ଭଙ୍ଗା ଦଦରା ବସକୁ ଅନୁଷ୍ଠାନରେ ଭଡ଼ା ଲଗାଇବ କୋଟି କୋଟି ଟଙ୍କା ନେଉଥିଲେ । ପ୍ରଫୁଲ୍ଲ ସାମଲ ପୁଅ ପ୍ରୟାସକ୍ରାନ୍ତି ଓରଫ ଲୁଲୁ ସାମଲ ଭୁବନେଶ୍ବର କଣ୍ଟାବାଡ଼ ଠାରେ ବେଷ୍ଟେ ଟଙ୍କାରେ ପ୍ରତିଷ୍ଠା ହୋଇଥିବା ଏକ ଇଞ୍ଜିନିୟରିଂ କଲେଜର ବିଏଟ (ଭଦ୍ରକ ଏକାଡେମି ଅଫ ଟେକ୍ନୋଲେଜି) ୪୦ ଏକର ଜମି ଓ କୋଠାବାଢ଼ି ବିକୁ ଚଳୁ କରିଦେଲେ ଓ ଅନୁଷ୍ଠାନକୁ ଟଙ୍କାଟିଏ ଫେରାଇଲେ ନାହିଁ ଓ କିଛି ଜମିବାଡ଼ି ନିଜ ନାମରେ କରିନେଲେ।

ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ, ବୋହୁ ଅର୍ପିତା ଜେନା ଇତ୍ୟାଦିଙ୍କ ଦ୍ୱାରା ଅନୁଷ୍ଠାନର ମେରି ରାୟ ନୀତି ଚାଲିଲା। କର୍ମଚାରୀମାନଙ୍କ ଦରମା, ଇପିଏଫ, ବ୍ୟାଙ୍କ ଲୋନ, ଏଲଆଇସି ନଦେବାରୁ କର୍ମଚାରୀମାନେ ପ୍ରତିବାଦ କଲେ।

୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ମଧ୍ୟ ସେମାନେ ଜିଲ୍ଲା ପ୍ରଶାସକ କଥାକୁ ଫାଙ୍କିଦେଲେ । କର୍ମଚାରୀମାନଙ୍କୁ ଦମନ କରିବାପାଇଁ ତା. ୭.୮.୨୦୨୫ ରିଖରେ ସ୍ପଷ୍ଟ ଦିବାଲୋକରେ ପ୍ରାୟ ୨୦୦ ରୁ ୩୦୦ ଗୁଣ୍ଡାଙ୍କ ଦ୍ବାରା ବୋମାମାଡ଼ କଲେ । ଏ ସମ୍ବଦ୍ଧରେ କର୍ମଚାରୀମାନେ ମାମଲା ରୁଜୁ କଲେ ଯାହା ବର୍ତ୍ତମାନ ଭଦ୍ରକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜିଆର କେସ୍ ନଂ- ୧୫୦୫/୧୫ ଚାଲୁ ରହିଛି।

ପ୍ରୟାସକାରି ସାମଲଙ୍କ ଏଭଳି ହୀନ କାମରେ ଭଦ୍ରକର ଜନସାଧାରଣ ପ୍ରତିବାଦ କରି ଭଦ୍ରକ ବନ୍ଦ କରିବା ସହ ଭୁବନେଶ୍ୱରରେ ଆନ୍ଦୋଳନ କଲେ । ଫଳରେ ତା ୧୭.୮.୨୦୧୫ ରେ ବେଷ୍ଟ ସୋସାଇଟ ପରିଚାଳନା କମିଟିର ମୁଖ୍ୟ ପ୍ରୟାସକାର୍ତ୍ତି ସାମଲ ଓ ତାଙ୍କ ବାପା ପ୍ରଫୁଲ୍ଲ ସମାଲ ଓଡ଼ିଶା ସରକାର ଅନୁଷ୍ଠାନର ପିରଚାଳନା ଭାର ହାତକୁ ନେବାକୁ ଆବେଦନ କଲେ । ୧୮.୮.୨୦୧୫ ଓଡ଼ିଶାର ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଶ୍ରମ ଓ ନିୟୋଜନ ଭବନରେ ଏକ ମିଟିଂ ଡାକିଲେ । ଏହି ମିଟିଂରେ ନିଜେ ଦାସବର୍ମା, ବିଧାୟକ, ଯୁଗଳବାବୁ, ପ୍ରଫୁଲ୍ଲ ବାବୁ, ସାଂସଦ ଅର୍ଜୁନ ସେଠୀ, ଭଦ୍ରକ ଜିଲ୍ଲାପାଳ, ଏସ୍‌ପି, ଅନ୍ୟାନ୍ୟ ବିଭାଗୀୟ ଅଫିସର, କର୍ମଚାରୀ ପ୍ରତିନିଧୁ ବେଷ୍ଟ ପରିଚାଳନା କମିଟିର ପ୍ରତିନିଧି ଉପସ୍ଥିତ ରହି ସର୍ବସମ୍ମତିକ୍ରମେ ମଧ୍ୟବର୍ତ୍ତୀ ପରିଚାଳନା କମିଟି ଗଠନ କରି ଏହାର ମୁଖ୍ୟ ଭାବେ ଭଦ୍ରକ ଜିଲ୍ଲାପାଳଙ୍କୁ ପରିଚାଳନା କରିବାକୁ ଦାଇତ୍ୱ ଦିଆଗଲା । ଜିଲ୍ଲାପାଳଙ୍କ ନେତୃତ୍ୱରେ କର୍ମଚାରୀଙ୍କ ବକେୟା ଦରମା, ଇପିଏଫ, ଏଲଆଇସି, ବ୍ୟାଙ୍କ ଲୋନ ପ୍ରାୟ ୩ କୋଟି ଟଙ୍କା ଇତ୍ୟାଦି ପରିଶୋଧ ହେବା ସହିତ ଦରମା ଠିକ୍ ସମୟରେ ଦିଆଗଲା। ଏହି ସମୟରେ ପ୍ରୟାସକ୍ରାନ୍ତି ସାମଲଙ୍କ ଦ୍ବାରା କୋଟି କୋଟି ଟଭଙ୍କା ହେରଫେରର ତଥ୍ୟ ପାଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ବିକାଶ ଜେନା ଭଦ୍ରକ ପୋଲିସ ନିକଟରେ ଏଫ.ଆଇ.ଆର. ରୁଜୁ କଲେ । କିନ୍ତୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କେସ ରେଜିଷ୍ଟ୍ରି ନ କରିବାରୁ ଶ୍ରୀ ଜେନା ଭଦ୍ରକ ଏସ୍‌ଡିଜେଏମ୍ ଭଦ୍ରକ ପୋଲିସକୁ ନିର୍ଦ୍ଦେଶ ଦେଲେ ।

ଜିଲ୍ଲାପାଳଙ୍କ ନେତୃତ୍ବରେ ଅନୁଷ୍ଠାନ ଠିକ୍ ଚାଲିଥିଲା ବେଳେ କଲେଜର ପରିଚାଳନା ଭାର ପୁଣି ହାତକୁ ନେବାପାଇଁ ପ୍ରୟାସକ୍ରାନ୍ତି ସାମଲ ଓଡ଼ିଶା ହାଇକୋର୍ଟରେ ଡବ୍ଲୁପିସି ନଂ- ୧୨୭୯୬/୧୬ ମାମଲା ରୁଜୁ କଲେ । ଏଥିରେ ଦଳୀୟ ପ୍ରୀତି ଦେଖାଇ ବୈଷୟିକ ଶିକ୍ଷା ବିଭାଗ ଅନୁଷ୍ଠାନର ପରିଚାଳନା ଭାର ପୁଣି ବେଷ୍ଟ ସୋସାଇଟିକୁ ଦେବାପାଇଁ ହାଇକୋର୍ଟରେ ସତ୍ୟପାଠ ଦେବାରୁ ତା. ୧୯.୨.୨୦୧୯ ରେ ମାନ୍ୟବର ହାଇକୋର୍ଟ ସର୍ତ୍ତମୂଳକ ଭାବେ ବେଷ୍ଟ ମ୍ୟାନେଜମେଣ୍ଟ ହାତରେ ଫାଇନାଲ ଶୁଣାଣି ପର୍ଯ୍ୟନ୍ତ ଏକ ମଧ୍ୟବର୍ତ୍ତୀ ଆଦେଶ ବଳରେ କ୍ଷମତା ପ୍ରଦାନ କଲେ । କିନ୍ତୁ ବେଷ୍ଟ ସୋସାଇଟି ସର୍ବ ପୂରଣ କରିବାରେ ବିଫଳ ହେବା, କର୍ମଚାରୀମାନଙ୍କୁ ଦରମା ନଦେବା, ଏଲଆଇସି, ଇପିଏଫ ଭରଣା ନକରିବା, କର୍ମଚାରୀମାନଙ୍କୁ ଗୁଣ୍ଡା ଲଗାଇ ମାଡ଼ ମାରିବା ଇତ୍ୟାଦି କାର୍ଯ୍ୟ ପୁଣି ଚାଲୁ ରଖୁଲେ । ଏହି ସମୟରେ ଇଞ୍ଜିନିୟରିଂ ସ୍କୁଲର ପ୍ରତିଷ୍ଠାତା ସଭ୍ୟ ଓ ସମ୍ପାଦକ ଶ୍ରୀ ବିଜୟ ମହାପାତ୍ର ହାଇକୋର୍ଟରେ ଏକ କେସ୍ କଲେ | ଭଦ୍ରକ ଏଡିଏମଙ୍କୁ ଏହି କେସର ତଦନ୍ତ କିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ ଭଦକ୍ର ଏଡିଏମ ତାଙ୍କର କେସ୍ ନଂ-୧/୨୦୨୩ ରେଜିଷ୍ଟ୍ରି କରି ଦରଖାସ୍ତକାରୀ ବିଜୟ ମହାପାତ୍ରଙ୍କ ଠାରୁ ସମସ୍ତ କାଗଜପତ୍ର ନେବା ସହିତ ଶୁଣାଣି କରିଥିଲେ ମଧ୍ୟ ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ସୁରକ୍ଷା ଦେବାକୁ ଯାଇ ଆଉ ତଦନ୍ତ କରିଲେ ନାହିଁ ଓ କେସ୍‌କୁ ଏପର୍ଯ୍ୟନ୍ତ ଝୁଲାଇ ରଖୁଛନ୍ତି । ପ୍ରୟାସକ୍ରାନ୍ତି ଓରଫ ଲୁଲୁ ସାମଲ ଓଡ଼ିଶା ହାଇକୋର୍ଟରେ କରିଥିବା ଡବ୍ଲୁପିସିସି ନଂ ୧୨୭୯୬/୨୦୧୬ ତା ୫.୧୨.୨୦୨୪ ରିଖରେ ଖାରଜ ହୋଇଯାଇଛି । ବେଷ୍ଟ ସୋସାଇଟି ଅନୁଷ୍ଠାନ ପରିଚାଳନା କରିବାକୁ ଅପାରଗ ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କ‌ହିଛନ୍ତି । ଫଳରେ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳନୀର ନିର୍ଦ୍ଦେଶ ନିରର୍ଥକ ହୋଇଯାଇଛି ଓ ଅନୁଷ୍ଠାନର ପରିଚାଳନା ଭାର ଆଇନ ଅନୁସାରେ ଜିଲ୍ଲାପାଳଙ୍କ ହାତରେନ୍ୟସ୍ତ ହେବା କଥା। କିନ୍ତୁ ଏ କ୍ଷେତ୍ରରେ ଜିଲ୍ଲାପାଳ ଏବଂ ବିଜେପି ସରକାର ନୀରବ ରହିଛନ୍ତି।

କର୍ମଚାରୀ ଓ ଜନସାଧାରଣ ଜିଲ୍ଲାପାଳ, ବିଧାୟକ, ସାଂସଦ, ମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ । ବରଂ ପରିଚାଳନା କମିଟି ବିରୁଦ୍ଧରେ ଚାଲୁଥିବା ସମସ୍ତ କେସକୁ ପ୍ରତ୍ୟାହର କରିବା ପାଇଁ ନିଜେ ଜିଲ୍ଲାପାଳ ଚାପ ପକାଉଛନ୍ତି। ହାଇକୋର୍ଟ କେସ୍‌ରେ ନିଜେ ଜିଲ୍ଲାପାଳ ପକ୍ଷଭୁକ୍ତ ଥାଇ ଓ କୋର୍ଟଙ୍କ ଆଦେଶ ଜାଣି ଏବଂ ୧୫୦୫/୧୫ ଓ ୧୬୪/୧୬ କେସ ଇଡିର ତଦନ୍ତାନ ଥୁଲାବେଳେ ଏବଂ ଏଡିଏମ୍‌ଙ୍କ କୋର୍ଟରେ କେସ୍‌ ନଂ- ୧/୨୦୨୩ ଝୁଲି ରହିଥିଲା ବେଳେ ଆଇନର ଅବମାନନା କରି ଜିଲ୍ଲାପାଳ ତା. ୧୦.୪.୨୦୨୫ ରେ କଲେଜ ଚଳାଇବାକୁ ବେଷ୍ଟ ସୋସାଇଟିକୁ ଚିଠି କରି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅବମାନନା କରିଛନ୍ତି। କିନ୍ତୁ ତାଙ୍କର ଚିଠି ଅନୁସାରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକ୍ରାନ୍ତି ସାମଲଙ୍କ ଦ୍ବାରା ପରିଚାଳିତ ବେଷ୍ଟ ସୋସାଇଟି କର୍ମଚାରୀଙ୍କୁ ମନଇଛା ସସ୍ପେଣ୍ଡ, ଦରମା ନଦେବା, ମିଥ୍ୟା କେସ୍‌ରେ ଫସାଇବା ଇତ୍ୟାଦି କୁକର୍ମ କରି ଆସୁଛନ୍ତି । ଜିଲ୍ଲାପାଳ ଏସବୁ ଜାଣି ମଧ୍ଯ କିଛି କରିପାରିବେ ନାହିଁ ବୋଲି କର୍ମଚାରୀଙ୍କୁ ରୋକଠୋକ କହିବା ସହିତ କେଉଁ ନିୟମ ଅନୁସାରେ ବେଷ୍ଟ ସୋସାଇଟିକୁ କଲେଜ ଚଳାଇବା ପାଇଁ ଚିଠି କଲେ, ତାହାର ଉତ୍ତର ଦେଇପାରୁ ନାହାନ୍ତି ଓ ତୁମେ ସରକାରଙ୍କୁ ଦେଖାକର,ସେଠାରୁ ଚିଠି ଆଣ ଇତ୍ୟାଦି ଅବାନ୍ତର କଥା କହୁଛନ୍ତି ।

୧୭ ଫେବୃଆରୀ ୨୦୨୫ ରୁ ଅନୁଷ୍ଠାନର କର୍ମଚାରୀ ଓ ଭଦ୍ରକ ନାଗରିକ ପରିଷଦ ପିଏମଜି ଛକରେ ଦିନରାତି ଧାରଣରେ ବସିଥିଲେ ମଧ୍ୟ ସରକାର କର୍ଣପାତ ଚ଼ରୁନାହାନ୍ତି । ଇତି ମଧ୍ୟରେ ଭଦ୍ରକର ଏସ୍‌ଡିଜେଏମ କୋର୍ଟରେ ଚାଲୁଥିବା ଳିଆର କେସ୍ ନଂ- ୧୬୪/୧୬ର ତଦନ୍ତ ନକରି ପୂର୍ବରୁ ମିଷ୍ଟେକ୍ ଅଫ ଫ୍ୟାକ୍ସ ରିପୋର୍ଟ ଦେଉଥିବା ଭଦକ୍ର ଗ୍ରାମାଞ୍ଚଳ ପୋଲିସ୍ ପୁଣିଥରେ ତଦନ୍ତ କରିବାକୁ ଏସ୍‌ଡିଜେଏମ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୋଲିସ୍ ତଦନ୍ତ ନକରି ଓ ସିଆରପିସି ୧୬୧ ଧାରାରେ ଷ୍ଟେଟମେଣ୍ଟ ନନେଇ ମିଥ୍ୟା କାଗଜ ତିଆରି କରି ପୁଣି ମିଷ୍ଟେକ୍ ଅଫ ଫ୍ୟାକ୍ଟ ରିପୋର୍ଟ ଫଳରେ କୋର୍ଟ କେସକୁ ଡ୍ରପ କରିଦେଇଛନ୍ତି । କେବଳ ସେତିକି ନୁହେଁ କୋଟରେ ମାମଲା ରୁଜୁ କରିଥିବା ବିକାଶ ଜେନାଙ୍କ ଦସ୍ତଖତକୁ ଡ୍ରପ କରିଦେଇଛନ୍ତି । କେବଳ ସେତିକି ନୁହେଁ କୋର୍ଟରେ ମାମଲା ରୁଜୁ କରିଥ‌ିବା ବିକାଶ ଜେନାଙ୍କ ଦସ୍ତଖତକୁ ଜାଲିଆତି କରି କୋର୍ଟରେ ଦାଖଲ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।

ମେ ଚୌକିଦାର ହୁଁ, ମେ ଖାଉଁଗା ନା ଖାନେଦୁର୍ଗା ଭାଷଣ ଦେଉଥୁବା ବିଜେପି ଦଳ ଭଦ୍ରକରେ ବରପଦା ଇଞ୍ଜିନିୟରିଂ ସ୍କୁଲର ସମସ୍ୟାକୁ ନିର୍ବାଚନରେ ଆୟୁଧ କରି ନିର୍ବାଚନ ଜିତିଥିବା ବେଳେ ଏବେ ସେହି ଦୁର୍ନୀତିକାରୀଙ୍କୁ ଦଳରେ ମିଶାଇବା ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି | ଇଞ୍ଜିନିୟରିଂ କଲେଜ ଶହ ଶହ କୋଟି ଟଙ୍କା ଲୁଟ୍‌ରୁ କେତେ ଏମାନଙ୍କ ପକେଟକୁ ଯାଇଛି ଓ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଏଥିରୁ କେତେଭାଗ ପାଇଛନ୍ତି ତାହା ସାଧାରଣ ଜନତାଙ୍କୁ କହିବେ କି ? କେଉଁ ନୈତିକ ଆଧାରରେ ଜନସାଧାଣଙ୍କ ସମସ୍ୟାକୁ ଆଖୁ ବୁଳିଦେଇ ଅନୁଷ୍ଠାନ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ଅନୁଷ୍ଠାନର ଅଧୋଗତି ପାଇଁ ଦାୟୀ ଗୁଣ୍ଡାରାଜ ଓ ବୋମା ମାଡ଼ କରିଥିବା ଏବଂ ଜନସାଧାରଣଙ୍କ ସମ୍ପତ୍ତିକୁ ଲୁଟ କରିଥିବା ଅଭିଯୁକ୍ତମାନଙ୍କୁ ଦଳରେ ମିଶାଇ ମନମୋହନ ସାମଲ ଓଡ଼ିଶାବାସୀଙ୍କୁ କି ସନ୍ଦେଶ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *