ବରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ ରୁ ୫୮୪ମାର୍କ (୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି । ବବିତା ମାତୃଭାଷା ଓଡିଆରେ ୯୭, ସଂସ୍କୃତରେ ୯୮, ଇଂରାଜୀରେ ୯୮, ଗଣିତରେ ୯୮, ସାଧାରଣ ବିଜ୍ଞାନରେ ୯୮ ଏବଂ ସାମାଜିକ ବିଜ୍ଞାନରେ ୯୫ ମାର୍କ ରଖିଛନ୍ତି । ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଏବଂ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲେ ବୋଲି ବବିତା କହିଛନ୍ତି । ସେ ତାଙ୍କ ମାତା, ପିତା, ଟିଉସନ ଓ ଶ୍ରେଣୀ ଶିକ୍ଷକଙ୍କୁ ତାଙ୍କର ଏହି ସଫଳତାର ଶ୍ରେୟ ଦେଇଛନ୍ତି । ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା କହିଛନ୍ତି । Post navigation ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ ସୂଚନା ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ