ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତଙ୍କୁ ସୋ କଜ୍ ନୋଟିସ୍ । କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଜଙ୍ଗଲ ଓ ପରିବେଶ ବିଭାଗର ନୋଟିସ୍ । ୧୫ ଦିନ ଭିତରେ ନୋଟିସ୍ର ଜବାବ ଦେବାକୁ ନିର୍ଦ୍ଦେଶ । ବେଲଘର ହାତୀର ମୃତଦେହ କେସିଙ୍ଗାରୁ ମିଳିବା ଘଟଣାରେ ନୋଟିସ୍ । ଘଟଣା ଘଟିବା ପରେ ଯେଉଁ ପଦକ୍ଷେପ ନେବା କଥା ନେଇ ନ ଥିବା ଉଲ୍ଲେଖ । ଡିଏଫଓ ଭାବେ ୯ ଦିନ ପରେ ଗଣମାଧ୍ୟମରୁ ଖବର ଜାଣିବାକୁ ନେଇ ବିଭାଗ ଚକିତ । ଘଟଣା ମୁତାବିକ, କନ୍ଧମାଳ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତକ ସିମିଲିପଦର ନିକଟସ୍ଥ ମଣ୍ଡୁଟି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଜାନୁଆରି ୫ ତାରିଖରେ ହାତୀର ମୃତ୍ୟୁ ହୋଇଥିଲା। ତେବେ ହାତୀ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ କରାଯାଉଥିବା ଡିଏଫଓ କହିଥିଲେ। ଏହା ଭିତରେ ମାସକରେ୨ ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାକୁ ଚପା ଯାଇଥିଲା। ଡିସେମ୍ବର ୧୨ରେ ଝିରିପାଣିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ଏବଂ ଜାନୁଆରୀ ୫ରେ ମୁଣ୍ତୁଟି ଜଙ୍ଗଲରେ ଆଉ ଏକ ହାତୀର ହୋଇଥିବା ଅଭିଯୋଗ ହେଇଥିଲା। ମାତ୍ର ଘଟଣାକୁ ଚାପି ଦିଆଯାଇଥିଲା ଏବଂ ହାତୀର ମୃତ୍ୟ ଦେହକୁ ଲୁଚାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜଣା ଯାଇଥିଲା ଯେ କଡାପାନ ନର୍ସରୀରେ ହାତୀ ମୃତଦେହ ପୋତି ଦିଅଯାଇଥିଲା ଏବଂ ଘଟଣାକୁ ଚାପି ଦେବାକୁ ଚେଷ୍ଟା କାରାଯାଇଥିଲା। ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବିତ କରିଥିଲେ ଡିଏଫ୍ଓ। ଏବେ ରାଜ୍ୟ ସରକାର ଏହି ଘଟଣାରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହାନ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୫ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ନୋଟିସ୍ ରେ ଉଲ୍ଲେଖ କରାଯାଇଛି। Post navigation T20 World Cup: ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ଯୋଗ୍ୟତାରୁ ଅଷ୍ଟ୍ରେଲିଆ ବଞ୍ଚିତ Fog Warning: ଆହୁରି ୨ ଦିନ ରାଜ୍ୟରେ କଲବଲ କରିବ ଘନ କୁହୁଡି