ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ସେ କହିଛନ୍ତି ଆସନ୍ତା ୨୧ରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ସଂସଦ ଘେରାଉ କରିବ କଂଗ୍ରେସ। ଘେରାଉ ବେଳେ ଓଡ଼ିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ । ଓଡ଼ିଶାରେ ସିଷ୍ଟମ ପୂରା ଫେଲ ମାରିଛି । ସଂସଦ ଘେରାଉବେଳେ ଓଡ଼ିଶାର ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ । ଅନ୍ୟପକ୍ଷରେ ଆସନ୍ତାକାଲି ରାଜ୍ୟ କଂଗ୍ରେସ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛି । ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । କଂଗ୍ରେସ ସହିତ ଅନ୍ୟ ସାତଟି ବାମ ଦଳ ମଧ୍ୟ ସାମିଲ ହେବେ । Post navigation ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି