ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ବେଳେ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । କଟକ ଏସ୍ସିବି ବର୍ଣ୍ଣ ୟୁନିଟକୁ ଯାଇ ଚିକିତ୍ସାଧୀନ ଜ୍ୟୋତିପ୍ରକାଶଙ୍କୁ ଭେଟି ଜ୍ୟୋତିପ୍ରକାଶଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅଳକା ଲାମ୍ବା । ଅନ୍ୟପଟେ ଆହତ ଜ୍ୟୋତିପ୍ରକାଶଙ୍କ ମାଆଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଆହତ ଜ୍ୟୋତିପ୍ରକାଶ । ତାଙ୍କ ମା’ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାନ୍ତ୍ୱନା ଦେଇଛି । ସେ କହିଛନ୍ତି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ ଧ୍ୟାନ ଦେବାକୁ ବଣ୍ଣ ୟୁନିଟ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । Post navigation ତୀର୍ଥରେ ଯିବେ ବରିଷ୍ଠ ନାଗରିକ; ଜୁଲାଇ ୧୭ରୁ ଅଗଷ୍ଟ ୧୫ ମଧ୍ୟରେ କରିପାରିବେ ନାମ ପଞ୍ଜୀକରଣ ବାଲେଶ୍ୱର ଏଫ.ଏମ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ