ଆଜି ଅପରାହ୍ନରେ ପୁରୀ ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ । ସାଥିରେ ପୁରୀ ଏସ୍‌ପି ପିନାକ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମଧ୍ୟ ସ୍ଥିତି ପରଖିଛନ୍ତି ।ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି । ସେ କହିଛନ୍ତି ଆଜି ଦୁଇଟି ସ୍ପେଶାଲ ଟିମ୍‌ ଆସି ଅନୁଧ୍ୟାନ କରିଛନ୍ତ । SFSL ଓ ଏମ୍ସ ଫୋରେନସିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ କରିଛନ୍ତି । କିଛି ତଥ୍ୟ ହସ୍ତଗତ ହୋଇଛି, କିଛି ଆସିବାର ବାକି ରହିଛି  ।

Leave a Reply

Your email address will not be published. Required fields are marked *