ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି। ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନ କୁ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ରାସ୍ତା ତିଆରି ହେଇ ପାରିନାହିଁ। କେବଳ ରାସ୍ତା ନୁହେଁ ସ୍କୁଲରେ ଶିକ୍ଷକ ନାହାନ୍ତି, ପିଇବା ପାଣିର ଅସୁବିଧା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ସ୍ଥାନୀୟ ଲୋକ। ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଜିଦରେ ସ୍କୁଲ ସାମ୍ନାରେ ବସିଛନ୍ତି ଭୋଟର। ୨୫ ବର୍ଷର ସ୍ଥିର ସରକାର ପରେ ରାଜ୍ୟରେ ମୌଳିକ ସୁବିଧା ନପାଇ ଭୋଟ ବର୍ଜନ କରିବା ଅତ୍ୟନ୍ତ ନିନ୍ଦନୀୟ କଥା। Post navigation ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହେଇଛି ୨୧.୩୨ ପ୍ରତିଶତ ମତଦାନ ନିର୍ବାଚନ ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ