ବବିତା ପାତ୍ର ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ସହିତ ନବନିଯୁକ୍ତ ସଦସ୍ୟ କଳ୍ପନା ଲେଙ୍କା, ଚନ୍ଦନା ଦାସ, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ବବିତା ପାତ୍ର କହିଛନ୍ତି ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି। ବିଗତ କେସ୍ଗୁଡ଼ିକୁ ଅନୁଧ୍ୟାନ କରି ରୋଡ୍ମ୍ୟାପ ପ୍ରସ୍ତୁତ କରାଯିବ। ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ। ସେଥିପାଇଁ ଯାହା ଆବଶ୍ୟକ ପଡ଼ିବ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବି। ବରଗଡ଼ ଘଟଣା ଦୁର୍ଭାଗ୍ୟଜନକ, ଯାହା ବିଚଳିତ କରୁଛି। ଏନେଇ ଯାଞ୍ଚ କରାଯିବ । ସୂଚନା ଯୋଗ୍ୟ; ରାଜ୍ୟବ୍ୟାପୀ ଶିଶୁ ଅଧିକାର ସମର୍ଥନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଅଗଷ୍ଟ ୫ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ନିଯୁକ୍ତି ଘୋଷଣା କରାଯାଇଥିଲା। ନୂତନ ଭାବରେ ଗଠିତ ଏହି ଦଳ ଓଡ଼ିଶାରେ ଶିଶୁଙ୍କ ଅଧିକାର ଏବଂ କଲ୍ୟାଣର ସୁରକ୍ଷା ପାଇଁ ବିବିଧ ଅଭିଜ୍ଞତା ଏବଂ ପ୍ରତିବଦ୍ଧତା ଆଣିଛି। ଏହି ନୂତନ ନେତୃତ୍ୱ ସହିତ, OSCPCR ସରକାରୀ ବିଭାଗ, ନାଗରିକ ସମାଜ ସଂଗଠନ ଏବଂ ତୃଣମୂଳ ସ୍ତରର ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରି ଏହାର ପ୍ରସାର ଏବଂ ତଦାରଖ ପ୍ରୟାସକୁ ତୀବ୍ର କରିବ ବୋଲି ଆଶା କରାଯାଉଛି। Post navigation ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଜଣେ ଅଣଛାତ୍ରଙ୍କ ମୃତ୍ୟୁ ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି