Ayushman Bharat to bring reform in odisha's health sector: Manmohan Samal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ବିଜେଡି ସରକାରଙ୍କ ଅସହିଷ୍ଣୁତା କାରଣରୁ ରାଜ୍ୟବାସୀ ପୂର୍ବରୁ ଏହି ଯୋଜନାରୁ ବଞ୍ଚିତ ହେଉଥିଲେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।

ନୂତନ ସରକାର ଗଠନ କରିବାର ମାତ୍ର ୭ ମାସ ମଧ୍ୟରେ ବିକଶିତ ରାଜ୍ୟ ଗଠନ କରିବା ପାଇଁ ବିଜେପି ଅନେକ ପଦକ୍ଷେପ ନେଇଛି । ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ପରିବାର ଲାଭାନ୍ୱିତ ହେବେ । ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ ମୋଦିଜୀଙ୍କୁ କୃତଜ୍ଞତା ଜଣାଇବା ସହ ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଯୋଜନା ଦ୍ୱାରା ଭାରତରେ ଯେକୌଣସି ସ୍ଥାନରେ ଓଡ଼ିଶାବାସୀଙ୍କୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ମିଳିପାରିବ । ଏଥିପାଇଁ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହାଦ୍ୱାରା ଅର୍ଥ ଅଭାବରୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କ ଅସୁବିଧା ଦୂର ହେବ । ବିଶେଷ କରି ବୃଦ୍ଧାବୃଦ୍ଧ ଓ ମହିଳାମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ପାଇଁ କାହା ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ବୋଲି ସାମଲ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *