Author: Nirvay

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀରେ ରାଜ୍ୟରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ସାଢ଼େ ୩ କୋଟି ଲୋକ । ପୁରୁଷଙ୍କ ପାଇଁ ୫ ଲକ୍ଷ…

ଓଡିଶା ଜନଜାତିଙ୍କ ଜମି ହସ୍ତାନ୍ତର ସମ୍ପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର

ଆଜି ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିଷଦ ନଭେମ୍ବର ମାସରେ ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ଦୁଇ ବର୍ଷ ରଖାଯାଇଛି ।…

ଚୂଡାନ୍ତ ପର୍ଯ୍ୟାୟରେ ‘ପ୍ରବାସୀ ଭାରତୀୟ ଦିବସ’ ପ୍ରସ୍ତୁତି; ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ସମୀକ୍ଷା

ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ…

ଶିମିଳିପାଳକୁ ଖୁବ ଶୀଘ୍ର ଫେରିବ ବାଘୁଣୀ ‘ଜୀନତ’

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ବାଘୁଣୀ ‘ଜୀନତ୍‌’ର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ । ଜୀନତ୍‌କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ୩ଟି ସଟ୍‌ ମରାଯାଇଥିଲା । ଯାହାର ପ୍ରଭାବରେ ଜୀନତ୍‌ ଅସୁସ୍ଥ ହୋଇପଡ଼ିଛି । ୩…

ରାଜ୍ୟରେ ମହିଳା କମିଶନ ଭଳି ଗଢ଼ାଯାଉ ପିତୃ ମାତୃ କମିଶନ: ବାବା ବଳିଆ

ରାଜ୍ୟରେ ମହିଳା କମିଶନ ଭଳି ପିତୃ ମାତୃ କମିଶନ ଗଠନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଜି ମତ ବ୍ୟକ୍ତ କରିଛନ୍ତି ବାବା ବଳିଆ । ପୂଅବୋହୂ ମାନେ ବାପା ମାଆଙ୍କୁ ହଇରାଣ କରୁଛନ୍ତି । ବୃଦ୍ଧାବସ୍ଥାରେ ସେମାନଙ୍କ କଥା ବୁଝୁନାହାନ୍ତି…

‘ସ୍ପେଡେକ୍ସ’ର ସଫଳ ଉତକ୍ଷେପଣ; ଶ୍ରୀହରିକୋଟାରୁ ଉତକ୍ଷେପଣ କଲା ଇସ୍ରୋ

ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ…

ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା; ଭୁବନେଶ୍ୱର, ଝାରସୁଗୁଡାରୁ ଉଡ଼ିବ ଅଧିକ ବିମାନ

ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ଦେବ ନୂଆ ଦିଗ । ଜାନୁଆରୀ ୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁଆରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ…

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ୍

ପ୍ରବାସୀ ଭାରତୀୟ ଦିବସକୁ ନେଇ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ସବୁଠି ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ । ପ୍ରଥମ ପର୍ଯ୍ୟାୟରେ…

ଆକାଶରେ ଘଟିବ ବିରଳ ଘଟଣା; ଆସନ୍ତାକାଲି ଆକାଶରେ ଦେଖାଯିବ କଳା ଜହ୍ନ

ଆସନ୍ତାକାଲି ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦେଖିବା ପାଇଁ ମିଳିବ କଳା ଜହ୍ନ । ଆସନ୍ତାକାଲି ଭୋର୍ ଅର୍ଥାତ ୩୧ ଡିସେମ୍ବର ସକାଳ ପ୍ରାୟ ୪ଟା ସମୟରେ ଦେଖିବାକୁ ମିଳିବ କଳା ଜହ୍ନ । ଏସିଆ, ଆଫ୍ରିକା…

ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ରାଜ୍ୟବାସୀ: ବିଜେଡି

ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ରାଜ୍ୟରେ ନୂଆ ସରକାରକୁ କଡା ନିନ୍ଦା…