ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚରେ ଭାରତର ପରାଜୟ। ପର୍ଥରେ ଖେଳାଯାଉ ଥିବା ପର୍ଥରେ ପ୍ରଥମ ODI ଜିତିଲା ଅଷ୍ଟ୍ରେଲିଆ । ବର୍ଷା ବାଧାପ୍ରାପ୍ତ ପ୍ରଥମ ODIରେ ଭାରତର ଶୋଚନୀୟ ପରାଜୟ ହୋଇଛି। ୨୬ ଓଭର ବିଶିଷ୍ଟ ODIରେ DLSରେ ୭ ୱିକେଟ୍ରେ ହାରିଲା ଭାରତ। DLSରେ ଆବଶ୍ୟକୀୟ ୧୩୧ ରନ୍କୁ ୨୧.୧ ଓଭରରେ ପୂରଣ କଲା ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୬ ଓଭରରେ ୯ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। କିନ୍ତୁ ଡିଏଲ୍ଏସ୍ ନିୟମ ଅନୁଯାୟୀ, ଅଷ୍ଟ୍ରେଲିଆକୁ ୧୩୧ ରନ୍ର ଲକ୍ଷ୍ୟ ଦିଆଯାଇଥିଲା। ସୂଚନା ଯୋଗ୍ୟ; ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା । ଦୀର୍ଘ ସମୟ ପରେ ମଇଦାନକୁ ଫେରିଥିବା ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ପାରି ନାହାନ୍ତି । ରୋହିତ ୮ ରନ କରିଥିବା ବେଳେ କୋହଲି ଖାତା ଖୋଲି ପାରି ନାହାନ୍ତି । ଅଧିନାୟକ ଗିଲ୍ ୧୦ ରନ କରି ଆଉଟ୍ ହୋଇଥିଲେ । ୨୫ ରନରେ ୩ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା ଭାରତ । ଏହା ପରେ ବର୍ଷା କାରଣରୁ ବାରମ୍ବାର ମ୍ୟାଚ୍ ସ୍ଥଗିତ ରହିଥିଲା ଏବଂ ଓଭର କଟି ଚାଲିଥିଲା । ଶେଷରେ ଭାରତକୁ ୨୬ ଓଭର ଖେଳିବାର ସୁଯୋଗ ମିଳିଥିଲା । ଶେଷରେ ୧୩୬ ରନ କରିଥିଲା ଭାରତ । Post navigation New Panchayat Offices: ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ Nuapada ByElection: ନୂଆପଡାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି