ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଆରମ୍ଭ। ଦିନିକିଆ ସିରିଜ୍ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । କାନବେରାରେ ମାନୁକା ଓଭାଲରେ ଖେଳା ଯାଉଛି ପ୍ରଥମ ଟି-୨୦ । ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଏସିଆ କପ୍ ବିଜୟ ପରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଏହି ସିରିଜ୍ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଭାରତର ଚୂଡାନ୍ତ ଏକାଦଶରେ ଅର୍ଶଦୀପ ସିଂଙ୍କୁ ବାଦ୍ ଦିଆଯାଇ ଅଧିନାକ ଓ କୋଚ୍ ହର୍ଷିତ ରାଣାଙ୍କୁ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପଟେ ୱାନଡେ ସିରିଜକୁ ଭାରତ ୨-୧ରେ ହାରିଛି । ତେଣୁ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଟି-୨୦ ସିରିଜରେ ହରାଇବାକୁ ପ୍ରାଣପଣେ ଚେଷ୍ଟା କରିବ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।

Leave a Reply

Your email address will not be published. Required fields are marked *