At SCO Summit, PM Modi calls for global unity against terrorism
ଚୀନର ତିୟାନଜିନ୍‌ରେ ଆୟୋଜିତ ୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।
 
ଏସସିଓ ପ୍ରତି, ଭାରତର ଚିନ୍ତାଧାରା ଏବଂ ନୀତି ତିନୋଟି ମୁଖ୍ୟ ସ୍ତମ୍ଭ – ସୁରକ୍ଷା, ସଂଯୋଗୀକରଣ ଓ ସୁଯୋଗ ଉପରେ ଆଧାରିତ ବୋଲି ମୋଦି କହିଛନ୍ତି ।
 
ଏହି ବର୍ଷ, ଭାରତ ମିଳିତ ସୂଚନା ଅଭିଯାନର ନେତୃତ୍ୱ ନେଇ “ଅଲ-କାଏଦା” ଏବଂ ଏହା ସହିତ ଜଡିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ ଲଢ଼ିବା ପାଇଁ ପଦକ୍ଷେପ ନେଇଛି । ଭାରତ ଆତଙ୍କବାଦ ପାଣ୍ଠି ବିରୁଦ୍ଧରେ ସ୍ୱର ଉଠାଇଛି । ଏଥିରେ ମିଳିଥିବା ସମର୍ଥନ ପାଇଁ ମୋଦି କୃତଜ୍ଞତା ଜଣାଇଛନ୍ତି ।
 
ଭାରତ ଗତ ଚାରି ଦଶନ୍ଧି ଧରି ନିର୍ମମ ଆତଙ୍କବାଦର ଶିକାର ହୋଇଆସୁଛି । ଅନେକ ମା’ ସେମାନଙ୍କ ପିଲାମାନଙ୍କୁ ହରାଇଛନ୍ତି ଏବଂ ଅନେକ ପିଲା ଅନାଥ ହୋଇଛନ୍ତି ।
 
ନିକଟରେ, ଆମେ ପହଲଗାମରେ ଆତଙ୍କବାଦର ଏକ ଅତ୍ୟନ୍ତ ଘୃଣ୍ୟ ରୂପ ଦେଖିଲୁ । ଏହି ଦୁଃଖର ସମୟରେ ଆମ ସହିତ ଠିଆ ହୋଇଥିବା ବନ୍ଧୁ ରାଷ୍ଟ୍ରମାନଙ୍କ ପ୍ରତି ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି । ଏହି ଆକ୍ରମଣ କେବଳ ଭାରତର ବିବେକ ପ୍ରତି ଆଘାତ ନଥିଲା, ଏହା ପ୍ରତ୍ୟେକ ଦେଶ, ମାନବତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଖୋଲା ଆହ୍ଵାନ ଥିଲା ବୋଲି ମୋଦି କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *