ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ନ୍ୟାୟ ପାଇଁ ଆଜି ପୁରୀ ସ୍ଥିତ ସମୁଦ୍ରକୂଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ହୋଇଛନ୍ତି ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କ ପତ୍ନୀ ସାୟୋଜ ପ୍ରଧାନ ଓ ଅଲ ଓଡିଶା ଯବାନ ଭେଟେରାନ ଆସୋସିଏସନ । ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ୨୦୨୪ରେ ପୁର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ିଶା ସଚିବାଳୟ ସେବାର ଅଧିକାରୀ ବୈକୁଣ୍ଠନାଥ ପ୍ରଧାନ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏ ନେଇ ଜୁଲାଇ ୧୧ ତାରିଖରେ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ସମୁଦ୍ରକୂଳ ଥାନା ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଷ୍ଟେସନ ଡାଇରି କରିନଥିବା ନେଇ ଅଭିଯୋଗ ହୋଇଥିଲା । Post navigation ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ଖାଉଥିଲେ ରାସନ ଚାଉଳ