ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠତାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା । ନ୍ୟାୟ ଭିକ୍ଷା କରିବାକୁ ଯାଇ ବୈକୁଣ୍ଠଙ୍କ ପତ୍ନୀ ସାୟୋଜ ପ୍ରଧାନ ଅପେକ୍ଷା କରି ବସିଥିବା ବେଳେ ଗତକାଲି ନୂଆ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଦେଖା ନ କରିପାରି ରାଜଭବନ ଦୁଆରୁ ହତାଶ ହୋଇ ଫେରିଛନ୍ତି । ଏବେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବାରୁ ଏହି ମାମଲା ଅଧିକ ସରଗରମ ହୋଇପଡ଼ିଛି। ଖୋଦ ଆଇନ ମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ସେନେଇ କ’ଣ ହେଲା ବୋଲି ବୈକୁଣ୍ଠଙ୍କ ପତ୍ନୀ ପ୍ରଶ୍ନ କରିଛନ୍ତି । ଏଏସ୍ଵଙ୍କ ପତ୍ନୀ ଆଜି ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ଭେଟିବାକୁ ଅନୁମତି ମିଳି ନଥିବା ବେଳେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଆଉ ପଦବିରେ ନାହାନ୍ତି। କିନ୍ତୁ ପୁଲିସ ମାମଲା ରୁଜୁ କରିଥିଲେ ହେଁ ତାଙ୍କ ପୁଅ ଲଳିତ ବିରୋଧରେ କୌଣସି କାର୍ଯାନୁଷ୍ଠାନ ହୋଇନାହିଁ । ବୈକୁଣ୍ଠତାଥ ପ୍ରଧାନଙ୍କୁ ମାଡ଼ ମାରିଥିବା ସମୟରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେହିଭଳି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ କରି ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଭିତରେ ୮ ମାସ ବିତିବାକୁ ବସିଥିଲେ ବି ନା ଆସିଲା ତଦନ୍ତ ରିପୋର୍ଟ ନା ନିଆଗଲା କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ । ଏହା ସହ ସ୍ୱାମୀଙ୍କୁ ନ୍ୟାୟ ନମିଳିବ ଯାଏଁ ଲଢ଼େଇ ଜାରୀ ରଖିବେ ବୋଲି ସେ କହିଛନ୍ତି । Post navigation ରାଜଧାନୀରେ ଅସୁରକ୍ଷିତ ଯୁବତୀ: ଅସଦାଚରଣ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ ସହଦେବ ହତ୍ୟା ମାମଲା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା