ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେପିକୁ ଟାର୍ଗେଟ୍ କରି ଅରୁଣ ସାହୁ କହିଛନ୍ତି ଗଣମାଧ୍ୟମରେ ଖାଲି ହତ୍ୟାର ଖବର । ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ ମାନୁନାହାନ୍ତି । ୮୦ ଦାଦନ ଶ୍ରମିକଙ୍କ ମୃତଦେହ ଆସିଲାଣି, ଶିଶୁ ଚୋରି ହେଉଛି । ସରକାର ନାଚ ଗୀତ କରି ମସଗୁଲ ଅଛନ୍ତି । ଅନ୍ୟପଟେ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଇଛନ୍ତି ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଅତୀତରେ ବି ଅପରାଧ ହେଉଥିଲା, ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି । ପୂର୍ବ ସରକାର ନେତା ଆଇନ ତା ବାଟରେ ଯିବ ବୋଲି କହୁଥିଲେ । ତେଣୁ ଏବେ ଏଥିପାଇଁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଅପରାଧୀଙ୍କୁ ଦଣ୍ଡବିଧାନରେ ପରିବର୍ତ୍ତନ ଆସିଛି । ଜାନୁୟାରୀ ପର୍ଯ୍ୟନ୍ତ ଯେଉଁ ରେକର୍ଡ ଥିଲା ତା ପରଠାରୁ ପ୍ରାୟ ୨୦ଟି ମାମଲାରେ ଦଣ୍ଡବିଧାନ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ଯେତିକି ଦଣ୍ଡ ବିଧାନ ହାର ରହିଥିଲା ତାଠାରୁ ଆଗରେ ରହିଛି । ସେ ଆଉ ମଧ୍ୟ କହିଛନ୍ତି ଅପରାଧୀ ଧରାପଡ଼ୁଛନ୍ତି । ୧୦ ମାସ ଭିତରେ ଯେତିକି ଅପରାଧ ହୋଇଛି ସବୁ ମାମଲାରେ ୨୪ରୁ ୭୨ ଘଣ୍ଟା ଭିତରେ ଆକ୍ସନ ନିଆଯାଉଛି । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଉଛି । ଆବଶ୍ୟକ ପଡିଲେ ଏକାଉଣ୍ଟର ବି କରାଯାଉଛି । କୌଣସି ଅପରାଧୀଙ୍କୁ ଗୋଟିଏ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି । ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ପୋଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଆଇନ ଶୃଙ୍ଖଳାକୁ ରାଜ୍ୟ ସରକାର ନିୟନ୍ତ୍ରଣ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର । ଅତୀତରେ ବି ଅପରାଧ ହେଉଥିଲା,ଆଜି ଯେଉଁ ମାନେ କହୁଛନ୍ତି ସେମାନେ ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି ବୋଧେ । Post navigation ୮୮ ବର୍ଷ ବୟସରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ କୋରାପୁଟ ଜିଲ୍ଲାକୁ ମିଳିଲା ପିଏମ ଏକ୍ସିଲେନସ୍ ଆୱାର୍ଡ