Patnagarh Parcel Bomb Case-Final verdict to be delivered by June 17

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ  ସାକ୍ଷ୍ୟ ଗ୍ରହଣ । ପାଟଣାଗଡ଼ ଏ. ଡ଼ି. ଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ରହିଥିଲେ । ଏହି ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା।

ସୂଚନା ମୁତାବକ; ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ। ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍‌ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ, ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।

ଭଇଁଷା କଲେଜରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

ଆଉ ମଧ୍ୟ କୁହାଯାଇଥିଲା ଏହି ଘଟଣାର ଘଟଣାର ୪ ମାସ ପୂର୍ବରୁ ୨୦୧୭ ଦୀପାବଳିରେ ବାଣ କିଣି ଆଣିଥିଲା। ସେଥିରୁ ବାରୁଦ ବାହାର କରି ପ୍ରଥମେ ଛୋଟ ଛୋଟ ପାର୍ସଲ ବୋମା ତିଆରି କରି ପରୀକ୍ଷା କରିଥିଲା। ଏହା ଫୁଟିବା ପରେ ଅଧିକ ବାରୁଦରେ ବଡ଼ ବୋମା ତିଆରି କରିଥିଲା। ଏଥିରେ ଲିଚୁ ଲାଇଟର ଫ୍ୟୁଜ୍, ସ୍ପ୍ରିଙ୍ଗ୍, କାଚ, କଣ୍ଟା, ଲୁହାଖଣ୍ଡ ଆଦି ବ୍ୟବହାର କରିଥିଲା ପୁଞ୍ଜିଲାଲ।

Leave a Reply

Your email address will not be published. Required fields are marked *