ଅପେରସନ ସିନ୍ଦୁର ପରେ ଦୁଇ ଦେଶ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ଦେଶ ଭିତରେ ହାଇ ଆଲର୍ଟ ଜାରି କରାଯାଉଛି। ।ଲଗାତାର ୩-୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଜମ୍ମୁ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ନିଆଯାଇଛି ପଦକ୍ଷେପ। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି ଓଡ଼ିଶା ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏହି କଣ୍ଟ୍ରୋଲ ରୁମ୍ ଖୋଲିଯାଇଛି। ଏଥିପାଇଁ କଣ୍ଟ୍ରୋଲ ରୁମ୍ ପକ୍ଷରୁ ନମ୍ବର ମଧ୍ୟ ଜାରି କରାଯାଇଛି। ସେହି ନମ୍ବର ହେଲା ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ; ଅପେରସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଜମ୍ମୁରେ ଗତକାଲି ରାତିରେ ବହୁ ଫାୟାରିଂ ହୋଇଥିଲା। ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ । କାଲି ପାକିସ୍ତାନର ଡ୍ରୋନ୍ ମାଡ଼ ପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏକ ସ୍ୱତନ୍ତ୍ର ଟିମ୍ ଏଥିପାଇଁ ଗଠନ ହୋଇଥିବା ବେଳେ ସ୍ବତନ୍ତ୍ର ଟିମର ବ୍ୟବସ୍ଥାରେ, ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ବଢିବ ନେଇ ଜମ୍ମୁ ସଂସ୍କୃତ ବିଶ୍ୱବିଦ୍ୟାଳୟ ଖାଲି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପିଲାମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ରାଜ୍ୟକୁ ପଠାଯାଉଛି । ଏହାରି ମଧ୍ୟରେ ଓଡ଼ିଆ ଛାତ୍ରମାନେ ଆଜି ସୁରକ୍ଷିତ ଭାବେ ଜମ୍ମୁରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। Post navigation ଭାରତ-ପାକିସ୍ତାନ ଉତ୍ତେଜନା: ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପୁଣି ଦିଆଗଲା ନୋଟିସ