ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଲେ ଉମରକୋଟ ବାସିନ୍ଦା ଖାଲିଦ ଜିଲାନିଙ୍କ ପୁଅ ଆରିଜ୍ ଫୈସଲ ଜିଲାନି । ଅରିଜ ଜଣେ ମିଡିୟମ ଫାଷ୍ଟ୍ ବୋଲର, ତାଙ୍କର ଉତ୍ତମ ପ୍ରଦର୍ଶନ ଯୋଗୁଁ ସେ ଟିମରେ ସ୍ଥାନ ହାସଲ କରିଛନ୍ତି । ସେ ବିଏସଏସଆଇ ନିରୀକ୍ଷଣରେ ଡ଼ିସେମ୍ବର ମାସ ରେ ହେବାକୁ ଥିବା ରାଜସ୍ଥାନରେ ସ୍କୁଲ୍ ଗେମ୍ ଫେଡରେସନ୍ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି। ଏହି ମ୍ୟାଚ ବୋର୍ଡ଼ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ ନିୟନ୍ତ୍ରଣ ରେ ଖେଳାଯିବ, ଏବଂ ଏହାକୁ ପରିଚାଳନ କରିବେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ଏହା ରାଜସ୍ଥାନରେ ଖେଳାଯିବ ।

ସୂଚନା ଯୋଗ୍ୟ; ଆରିଜ ଛତିଶଗଡ଼ର ରାୟପୁର ଆର କେ ସାରଦା ସ୍କୁଲ ରେ ଅଧ୍ୟୟନ କରୁଥିବା ବେଳେ ୬ ବର୍ଷ ବୟସରୁ ସେ କ୍ରିକେଟ ଖେଳି ଆସୁଛନ୍ତି । ପୁଅର ଆଗ୍ରହ ଦେଖି ଖାଲିଦ ଜିଲାନୀ ଆରିଜ କୁ ରାୟପୁରରେ ଥିବା ମଣିଗ୍ରୀବ କ୍ରିକେଟ ଏକାଡେମୀ ରେ କୋଚିଂ ପାଇଁ ଭର୍ତ୍ତି କରିଥିଲେ ।

କ୍ଲଷ୍ଟରସ୍ତରରେ ସ୍କୁଲ୍ ପ୍ରତିଯୋଗିତା ସହ ଜୋନସ୍ତରୀୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ୧୪, ୧୭, ୧୯ ବର୍ଷରୁ କମ୍ ବୟସ ବର୍ଗ ପିଲାଙ୍କୁ ଚୟନ କରାଯାଇଥିଲା । ସେଠାରେ ୫ଟି ରାଜ୍ୟ ର ଯଥା ଆସାମ୍, ଓଡିଶା, ପଶ୍ଚିମ ବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼ ୭୧୯ ପିଲା ଅଣ୍ଡର ୧୪ ଖେଳିବାକୁ ଆସିଥିଲେ ଏଥିରେ ଅଗଷ୍ଟ ୪ ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ଵର ଠାରେ ଉତ୍ତମ ପ୍ରଦର୍ଶନ କରି ଥିବା ଖେଳାଳୀମାନଙ୍କୁ ଚୟନ କରାଯାଇଥିଲା । ସେଠାରେ ଚୟନ ହୋଇଥିବା ୧୬ ଜଣ ପିଲାଙ୍କ ମଧ୍ୟରେ ଆରିଜ ପୂର୍ବ ଜୋନ୍ ଟିମ୍ ରୁ ନ୍ୟାସନାଲ ଖେଳିବା ପାଇଁ ମନୋନୀତ ହୋଇଥିଲେ ।

 

Leave a Reply

Your email address will not be published. Required fields are marked *