ପୁଣି କିଟ୍ ପରିସରରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ‘X’ ପୋଷ୍ଟ କରିଛନ୍ତି ନେପାଳ ମନ୍ତ୍ରୀ। ସେ ଲେଖିଛନ୍ତି ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି । ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ । ଏ ନେଇ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସହ ଆଲୋଚନା ଜାରି ରହିଛି।

ସୂଚନା ଯୋଗ୍ୟ; ଗୁରୁବାର ସନ୍ଧ୍ୟା ୭ଟା ସମୟରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) କ୍ୟାମ୍ପସ ପରିସରରେ ଥିବା ରାଣୀ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀ ଜଣକ ବିଟେକ୍ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର ନେପାଳ ସ୍ଥିତ ଵୀରଗଞ୍ଜ ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। କିଟରେ ଜଣକ ପରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହେଉଛି। ଗତ କିଛି ମାସ ତଳେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଶୁଣାଣି ପୂରଣ ନ ହେଉଣୁ ଗୁରୁବାର ଆଉ ଜଣେ ଛାତ୍ରୀ ନିଜର ଜୀବନ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *