ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତର ପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଶହରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ। ପୂର୍ବରୁ ୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବ୍ୟକ୍ତି ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଅଧିକ କ୍ଷୟକ୍ଷତି ହେତୁ ଚିନ୍ତାରେ ଅଞ୍ଚଳବାସୀ। ବର୍ତ୍ତମାନ ସୁଦ୍ଧା ଟିଷ୍ଟା ନଦୀ କାଲିମ୍ପଙ୍ଗର ଧୋବିଖୋଲ ଅଞ୍ଚଳର ଜାତୀୟ ରାଜପଥ ବନ୍ଦ ରହିଛି। ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ଏବେ ସୁଦ୍ଧା ୩୫୦ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। Post navigation ୱାୟନାଡ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା ଇସ୍ତଫା ଦେଲେ ରାହୁଲ ଗାନ୍ଧୀ