ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। କ୍ୟାବିନେଟର ନିଯୁକ୍ତି କମିଟି ଅମୃତ ମୋହନ ପ୍ରସାଦ, ଆଇପିଏସ୍ କୁ ସିଆରପିଏଫ୍ ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିବାକୁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅମ୍ରିତ ମୋହନ ପ୍ରସାଦ ଅମ୍ରିତ ମୋହନ ପ୍ରସାଦ ଏବେ ଓଡ଼ିଶାରେ ଜେଲ ଡିଜି ଅଛନ୍ତି।

Leave a Reply

Your email address will not be published. Required fields are marked *