ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଗସ୍ତ ସମୟରେ ଦଳର ରାଜ୍ୟ ସଂଗଠନକୁ ରଣନୈତିକ ମାର୍ଗଦର୍ଶନ ପ୍ରଦାନ କରିବାକୁ ଯାଉଛନ୍ତି। ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ, ଶାହ ଦଳର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ ଯେଉଁଠାରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ଆଶା କରାଯାଉଛି।

ଆଜି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅମିତ ଶାହଙ୍କ ସହ ବସିବ ବୈଠକ । ଦଳୀୟ ନେତାଙ୍କ ସହ ମାନସ ମନ୍ଥନ କରିବେ ଅମିତ ଶାହ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ।ବୈଠକରେ ରାଜ୍ୟ ସଭା ସହିତ ଜଡିତ ଆଲୋଚନା ବ୍ୟତୀତ ରାଜ୍ୟରେ ଦଳର ଗଠନକୁ ମଜବୁତ କରିବା ପାଇଁ ପ୍ରମୁଖ ସାଂଗଠନିକ ବିଷୟ ଏବଂ ରଣନୀତି ଉପରେ ଧ୍ୟାନ ଦିଆଯିବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ରହିବେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ତୁଙ୍ଗ ନେତା ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *