Amit Shah delivers anti-Naxal speech in Lok Sabha
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନକ୍ସଲବାଦ ବିରୁଦ୍ଧରେ ଭାରତର ନିର୍ଣ୍ଣାୟକ ଲଢ଼େଇ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଅଭିଭାଷଣ ରଖିଛନ୍ତି ।କଂଗ୍ରେସର ୬୦ ବର୍ଷର ଶାସନରେ ଆଦିବାସୀଙ୍କର ବିକାଶ ହୋଇ ନଥିଲା କିନ୍ତୁ ନରେନ୍ଦ୍ର ମୋଦିଙ୍କ ୧୨ ବର୍ଷର ଶାସନ କାଳରେ ନକ୍ସଲ ଦମନ ସମ୍ଭବ ହୋଇଛି ବୋଲି ଅମିତ ଶାହ କହିଛନ୍ତି । ଆଜି ମୋଦିଙ୍କ ଶାସନରେ ଦେଶ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହୋଇପାରିଛି, ବାମପନ୍ଥୀ ଉଗ୍ରବାଦର ସମାପ୍ତି ଘଟିବାକୁ ବସିଛି ବୋଲି ଶାହା କହିଛନ୍ତି । ଏହି ସଫଳତାର ଶ୍ରେୟ ସେ ଦେଶର ଯବାନଙ୍କ ସହ ଆଦିବାସୀଙ୍କୁ ଦେଇଛନ୍ତି ।
 
ସେ ଆହୁରି କହିଛନ୍ତି ଯେ, ନକ୍ସଲବାଦ ଦାରିଦ୍ର୍ୟ ହେତୁ ବ୍ୟାପି ନଥିଲା, ବରଂ “ବାମପନ୍ଥୀ ଚିନ୍ତାଧାରା” ଯୋଗୁଁ ବ୍ୟାପି ଥିଲା ବୋଲି ଶାହା କହିଛନ୍ତି । ସ୍ୱାଧୀନତା ପରେ ବାମପନ୍ଥୀ ଉଗ୍ରବାଦୀମାନେ ସରଳ ଆଦିବାସୀଙ୍କୁ ଅସ୍ତ୍ର କରିଥିଲେ, ବିକାଶମୂଳକ କାର୍ଯ୍ୟ ବନ୍ଦ କଲେ ଏବଂ ଲୋକଙ୍କୁ ଭୋଟ ଦେବାରୁ ବାରଣ କଲେ ।
 
ନୀରିହ ଲୋକଙ୍କୁ ଅସ୍ତ୍ରରେ ହତ୍ୟା କେଉଁ ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା ବୋଲି ପଚାରିଛନ୍ତି ଶାହ ।

By Nirvay

Leave a Reply

Your email address will not be published. Required fields are marked *