ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ବଢ଼ିବାରେ ଲାଗିଛି । ଘନ ଘନ ହାଇଲେବୁଲ ବୈଠକ କରାଯାଇଛି । ଏହି ସମୟରେ ଗୃହ ମନ୍ତ୍ରାଳୟର ବଡ଼ ପଦକ୍ଷେପ ନେଇଛି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରାଯାଉ । ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ । Post navigation ଘରୋଇ ସ୍କୁଲ ମାଲିକଙ୍କୁ ଚେତାବନୀ; ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ