ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।

ସୂଚନା ଯୋଗ୍ୟ; ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ମାମଲାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ତେଲଙ୍ଗାନା ପୋଲିସ ।

 

Leave a Reply

Your email address will not be published. Required fields are marked *