Allegations against former AG Ashok Parija
ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଆଇନଜୀବୀ ଅଭିଯୋଗ କରିଛନ୍ତି । AG ଥିବା ସମୟରେ ସେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ।
 
ଗୋଟିଏ ମାମଲାରେ ଉଭୟ ପକ୍ଷରୁ ଓକିଲାତି କରିଥିବା ଅଭିଯୋଗ ହୋଇଛି ।  ଆଡ଼ଭୋକେଟ୍ ଆଇନ ଉଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ ଆଇନଜୀବୀ ।
 
ଅଶୋକ ପରିଜା ଆଡଭୋକେଟ୍‌ ଜେନେରାଲ ଥିବା ବେଳେ ପିଟିସନ ହେଲା । ମାତ୍ର ନିଜେ ଆଡଭୋକେଟ୍‌ ଜେନେରାଲ କିଟ୍‌ ପାଇଁ ଓକିଲାତି କଲେ ବୋଲି ଅଭିଯୋଗ କରିଛନ୍ତି ।
 
ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ପରିଜା ନିଜ ପଦରୁ ଇସ୍ତଫା ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *