ଅଜିତ ମିଶ୍ର ହେଲେ ବିଜେଡିର ଅତିରିକ୍ତ ରାଜନୈତିକ ସଚିବ ।ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅଜିତ କୁମାର ମିଶ୍ରଙ୍କୁ ବିଜୁ ଜନତା ଦଳର ଅତିରିକ୍ତ ରାଜନୈତିକ ସଚିବ ଭାବରେ ନିଯୁକ୍ତ କଲେ ନବୀନ ପଟ୍ଟନାୟକ। ଏ ନେଇ ଆଜି ଆଦେଶନାମା ଜାରି ହୋଇଛି। ଅଜିତ ମିଶ୍ର ନବରଙ୍ଗପୁର କଲେକ୍ଟର, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଏବଂ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମାଜ (OSACS) ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବିଜେଡି ଥିବା ବେଳେ ତାଙ୍କୁ ଡବ୍ଲ୍ୟୁଓଡିସି ସିଇଓ ଭାବରେ ନିଯୁକ୍ତି ଦେଇଥିଲେ । ପାୱାର କରିଡରର ନିକଟତର ଥିବାରୁ ଅବସରରେ ପରେ ମଧ୍ୟ ନୂଆ ନିଯୁକ୍ତି ପାଇଥିଲେ । ଏହି କାର୍ଯ୍ୟକାଳ ସମୟରେ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ନିମନ୍ତେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ବହୁ ପ୍ରକଳ୍ପକୁ ଅନୁଦାନ ପ୍ରଦାନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । Post navigation ଅପରେସନ୍ ସିନ୍ଦୁର ପରେ ଭାରତୀୟ ସେନା ବାହିନୀକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ LoCରେ ପାକିସ୍ତାନ ସେନାର ଗୁଳିବର୍ଷା: ଭାରତୀୟ ଯବାନ ସହିଦ