ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋଲକାତାରେ ବିମାନର ଅବତରଣ । ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଫଳରେ ଯାତ୍ରୀମାନଙ୍କୁ କୋଲକାତାରେ ହିଁ ଓହ୍ଲାଇବାକୁ ପଡିଛି।

ସୂଚନା ଯୋଗ୍ୟ; ଏୟାର ଇଣ୍ଡିଆର ବିମାନ ଏଆଇ୧୮୦ ରାତି ୧୨ ଟା ୪୫ରେ କୋଲକାତା ବିମାନବନ୍ଦରରେ ଅବତରଣ କରିଥିଲା। କିନ୍ତୁ ଇଞ୍ଜିନରେ ତ୍ରୁଟି ଯୋଗୁଁ ବିମାନଟି ପୁଣି ଥରେ ଉଡ଼ାଣ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଆଜି ସକାଳ ୫ଟା ୨୦ରେ ଏକ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା। ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ କହିଥିଲେ ଯେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ଏୟାର ଇଣ୍ଡିଆ ପାଇଁ ଗୋଟିଏ ପରେ ଗୋଟିଏ ଅସୁବିଧା ପହଞ୍ଚୁଛି। ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବୋଇଙ୍ଗ ୭୮୭-୮ ଡ୍ରିମଲାନର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଉଡାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିବା ପରେ ବିମାନକୁ ପୁଣି ହଂକଂ ଫେରିବାକୁ ପଡିଛି।

Leave a Reply

Your email address will not be published. Required fields are marked *