ଅହମ୍ମଦାବାଦ ବିମାନ କ୍ରାସ ଘଟଣାରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏୟାର ଇଣ୍ଡିଆର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ। ସେ କହିଛନ୍ତି ଦୁର୍ଘଟଣାର ଶିକାର ବିମାନର ଉନ୍ନତ ରକ୍ଷଣାବେକ୍ଷଣ କରାଯାଇଥିଲା । ୨୦୨୩ରେ ବିମାନର ପ୍ରମୁଖ ଯାନ୍ତ୍ରିକ ଯାଞ୍ଚ କରାଯାଇଥିବା ବେଳେ ୨୦୨୫ ଡିସେମ୍ବରରେ ପରବର୍ତ୍ତୀ ଯାଞ୍ଚ ହେବାର ଥିଲା । ଉଭୟ ଏୟାରକ୍ରାଫ୍ଟ ଓ ଇଞ୍ଜିନ ଦୈନିକ ମନିଟର ହେଉଥିଲା । ସେ ଆଉ ମଧ୍ୟ କହିଛନ୍ତି ଦୁର୍ଘଟଣା ଦିନ ଉଡ଼ାଣ ଭରିବା ପୂର୍ବରୁ କୌଣସି ସମସ୍ୟା ନ ଥିଲା । ଅଧିକ ଜାଣିବାକୁ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । DGCA ନିର୍ଦ୍ଦେଶରେ ୩୩ଟି ବୋଇଂ ୭୮୭ର ଯାଞ୍ଚ ଜାରି ରହିଛି । ଏହା ଭିତରେ ୨୬ଟିର ଯାଞ୍ଚ ସରି ଉଡ଼ାଣ ପାଇଁ ଅନୁମତି ମିଳିଛି । ଅବଶିଷ୍ଟ ବିମାନଗୁଡ଼ିକ ବର୍ତ୍ତମାନ ଯୋଜନାବଦ୍ଧ ରକ୍ଷଣାବେକ୍ଷଣରେ ଅଛି ଏବଂ ସେବାରେ ମୁକ୍ତ ହେବା ପୂର୍ବରୁ ଏହି ଅତିରିକ୍ତ ଯାଞ୍ଚ କରାଯିବ । Post navigation ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ ଭୋଗରାଇରେ ପୋଲିସର ଦାଦାଗିରି; ବେଡ଼ିରେ ରହିଲେ ଯୁବକ