ଦିଲ୍ଲୀରେ ଆଜି ବସିଲା ଏଆଇସିସି ବୈଠକ । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ କଂଗ୍ରେସ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣାରେ ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ଆଜି କଂଗ୍ରେସର ଏଆଇସିସି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସବୁ ରାଜ୍ୟର ପ୍ରଭାରୀ ଉପସ୍ଥିତ ରହିଛନ୍ତି ।

ଏଥିରେ ସବୁ ରାଜ୍ୟରେ କଂଗ୍ରେସ ସଙ୍ଗଠନ କିପରି ଅଛି ସମୀକ୍ଷା କରାଯାଇଛି । ବିରୋଧୀ ଭାବରେ ଜାତୀୟ ସ୍ତରର ହାୱାକୁ ଗ୍ରାଉଣ୍ଡକୁ ନେବା ସହ ସାଂଗଠନିକ ନବକଳେବର ସହ ଦକ୍ଷ ସଂଗଠନ ଉପରେ ଆଲୋଚନା ହୋଇଛି । ଏହା ସହ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *